ପଶ୍ଚିମ ଝଡ଼, କୁଆ ପଥର ଉଜାଡ଼ିଲା କାଜୁ ଫୁଲ, କାଜୁ ଚାଷୀ ପ୍ରଭାବିତ

0
200

ଝରିଗାଁ ; ଗତ ରାତି ପ୍ରାୟ ଦୁଇ ଘଣ୍ଟା ସମୟରେ ପଶ୍ଚିମ ଝଡ ଆରମ୍ଭ ହୋଇ ପବନ ବର୍ଷା ସାଂଗକୁ କୁଆ ପଥର ବର୍ଷଣ ଜୋର ରେ ହୋଇଛି। ଦୁଇ ରୁ ତିନି ଘଣ୍ଟା ପବନ ବର୍ଷା ସାଙ୍ଗକୁ ୧୫ ମିନିଟ୍ ଧରି କୁଆ ପଥର ଅଜାଡ଼ି ହେଲା। ଯାହାଫଳରେ ଝରିଗାଁ ବ୍ଲକ୍ ର ବିଭିନ୍ନ ଅଞ୍ଚଳରେ କାଜୁ ଚାଷ ଭୀଷଣ ପ୍ରଭାବିତ ହୋଇଛି। କାଜୁ ତୋଟା ରେ ବସି ଚାଷୀ ମୁଣ୍ଡରେ ହାତ ଦେଇଛି। ଏହି ଦୃଶ୍ୟ ଦେଖିବାକୁ ମିଳିଛି ଚଚା , ଫୂପୁ ଗାଁ,ପାଲିଆ ଇଚ୍ଛାପୁର ଭାଲୁ କନାଡ଼ି, ବାଣୁଆଗୁଡ଼ା,ଚିତା ବେଡ଼ା , ବେଲଗାଁ ରତାଖଣ୍ଡି ଗୁଡ଼ା ଆଦି ପଞ୍ଚାୟତ ରେ ରହିଥିବା କାଜୁ ଚାଷୀ ଙ୍କର ଏହି ପଶ୍ଚିମ ଝଡରେ ବହୁଳ ମାତ୍ରାରେ କାଜୁ ଫୁଲ ଗଛରୁ ଝଡି ପଡ଼ିଛି। ଗଦା ହୋଇ ପଡ଼ିଛି ଗଛ ତଳେ। ଏପରି ଝଡ ବର୍ଷାରେ କ୍ଷତି ସହି ନିରାଶ ହତାଶ ରେ ରହିଛନ୍ତି ଚାଷୀ। ଚଳିତ ବର୍ଷର ପହିଲି ପଶ୍ଚିମ ଝଡ ବେଶ୍ ଆର୍ଥିକ କ୍ଷତି ଘଟାଇ ଥିବା ପ୍ରକାଶ କରିଛନ୍ତି କାଜୁ ତୋଟା ମାଲିକ ଦେବୀ ସିଂ ଜାନି,ଉଦ୍ଧବ ଭତରା,କେଶବ ଭତରା,ଭାଗିରଥି ଭତରା,ପୁରୁଷୋତ୍ତମ ଗୌଡ଼,ସବନ୍ ଗୌଡ଼,କମଲ ଗୌଡ଼, ମନ ଗୌଡ଼ , ଏକରେ ରୁ ଦୁଇ ଏକର ରହିଥିବା କାଜୁ ବଣରୁ ରୋଜଗାର ହେଉଥିବା ଟଙ୍କା ଚଳିତ ବର୍ଷ ବୁଡିଗଲା। ବୋଲି ଦୁଃଖରେ ପ୍ରକାଶ କରିଛନ୍ତି। ଗଛରେ ରହିଥିବା ଫୁଲ ସତୁରୀ ପ୍ରତିଶତ ଝଡି ନଷ୍ଟ ହୋଇଥିବା କହିଛନ୍ତି କାଜୁ ତୋଟା ମାଲିକ। ଅନ୍ୟପଟେ ଗତ ରାତିର ପ୍ରବଳ ବର୍ଷାରେ ତେନ୍ତୁଳି ମହୁଲ ମଧ୍ୟ ପାଣି ଓ କୁଆ ପଥର ବର୍ଷଣ ପ୍ରଭାବରେ ନଷ୍ଟ ହେଉଥିବା କହିଛନ୍ତି ଅଞ୍ଚଳ ବାସୀ। ଗରିବ ଚାଷୀ ପରିବାର ପାଇଁ କାଜୁ ବିକ୍ରୟ କରି ନିଜର ଆର୍ଥିକ ଆବଶ୍ୟକତା ର ୬୦ ପ୍ରତିଶତ ଯୋଗାଡ ଏହି କାଜୁ ଉପରେ ନିର୍ଭର କରି ଆସୁଥିଲେ। କିନ୍ତୁ ଏହି ଅଞ୍ଚଳରେ ବିଗତ ତିନି ଦିନ ମଧ୍ୟରେ ଦ୍ଵିତୀୟ ଥର ପ୍ରବଳ ବର୍ଷା ଚଳିତ ବର୍ଷ କାଜୁ ଚାଷୀଙ୍କ ବ୍ୟାପକ ଆର୍ଥିକ କ୍ଷତି ଘଟାଇଥିବା ଦେଖିବାକୁ ମିଳିଛି। ଏହି ପ୍ରସଙ୍ଗରେ ହୋର୍ଟି କଳଚର୍ ଅଧିକାରୀ ଶ୍ରୀଜିନ୍ ମେହେର ଙ୍କୁ ଯୋଗାଯୋଗ କରିବାରୁ ମାସେ ହେବ ଦାୟୀତ୍ବ ନେଇଥିବାରୁ ବ୍ଲକ୍ ରେ ହୋଇଥିବା କ୍ଷତି ବିଷୟରେ ସୂଚନା ଦେବା ବିଳମ୍ବ ହୋଇପାରେ ବୋଲି ପ୍ରକାଶ କରିଛନ୍ତି।

ରିପୋର୍ଟ:କ୍ରିଷ୍ଣା ସାହୁ

LEAVE A REPLY

Please enter your comment!
Please enter your name here