ଝରିଗାଁ ବ୍ଲକ୍ ଗସ୍ତରେ ୫ ଟି ମୁଖ୍ୟ ସଚିବ ଭି କେ ପାଣ୍ଡିଆଁନ

0
189

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଗସ୍ତରେ ଥିବା ୫ ଟି ମୁଖ୍ୟ ସଚିବ ଶ୍ରୀ ଭି କେ ପାଣ୍ଡିଆନ ଆଜି ଅପରାହ୍ନ ୨.୪୫ ମିନିଟରେ ଝରିଗାଁ ବ୍ଲକ୍, ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡ଼ା ନିକଟସ୍ଥ ସତୀଘାଟ ଡେମ୍ ନିର୍ମାଣ ପୁର୍ବରୁ ଚିହ୍ନିତ ସ୍ଥାନ ନିରୀକ୍ଷଣ କରିବାକୁ ପହଞ୍ଚିଥିଲେ। ଏହି ଅବସରରେ ବ୍ଲକର ବିଭିନ୍ନ ଅଂଚଳରୁ ହଜାର ରୁ ଉର୍ଦ୍ଧ ସଂଖ୍ୟାରେ ଜନସାଧାରଣ ସତୀଘାଟ ଡେମ୍ ନିର୍ମାଣ ଜାଗାରେ ପହଞ୍ଚିଥିଲେ। ଏହି ଅବସରରେ ଓଡ଼ିଶା ଜୀବିକା ମିଶନ ମହିଳା,ଅଙ୍ଗନୱାଡ଼ି କର୍ମୀ, ସଂୟ ସହାୟକ ମା ମାନେ ତଥା ବହୁ ସଂଖ୍ୟାରେ ଶ୍ରୀ ପାଣ୍ଡିଆନ ଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରିବା ସହ ସାକ୍ଷାତ କରିଥିଲେ। ପୂର୍ବତନ ନବରଙ୍ଗପୁର ଲୋକସଭା ସାଂସଦ ଶ୍ରୀ ପ୍ରଦୀପ ମାଝୀ ଏହି ସତୀଘାଟ ନଦୀ କୁ ନେଇ ଡେମ୍ ନିର୍ମାଣ କରିବାକୁ ମୁଖ୍ୟ କର୍ଣ୍ଣଧାର ରହିଛନ୍ତି। ଝରିଗାଁ ବ୍ଲକ ର ୯୦ ପ୍ରତିଶତ ଚାଷୀ କୃଷି ଉପରେ ନିର୍ଭରଶୀଳ ରହୁଥିବାରୁ ଦୁଇ ଦଶନ୍ଧି ରୁ ଉର୍ଦ୍ଧ ସମୟ ହେବ ଶ୍ରୀ ପ୍ରଦୀପ ମାଝୀ ଏହା ସାକାର କରିବାକୁ ଯେଉଁ ଉଦ୍ୟମ ଆଜି ପର୍ଯ୍ୟନ୍ତ ଜାରି ରହିଥିଲା ତାହା ଆଜି ସାକାର ହେବାକୁ ଯାଉଛି। ଶ୍ରୀ ପାଣ୍ଡିଆନ ଡେମ କାର୍ଯ୍ୟ ଚଳିତ ମାସ ମଧ୍ୟରେ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରକାଶ କରିଛନ୍ତି। ଏହି ଗସ୍ତ ବେଳେ ଉପସ୍ଥିତ ଥିବା ବିଭିନ୍ନ ଅଞ୍ଚଳରୁ ସମସ୍ୟା ନେଇ ସାକ୍ଷାତ କରିବାକୁ ଆସିଥିବା ଜନସାଧାରଣ ଙ୍କ ସମସ୍ୟା ମଧ୍ୟ ଶୁଣିଥିଲେ। ମିଶନ ଶକ୍ତି ମହିଳା ସଶକ୍ତିକରଣ କୁ ଦୃଷ୍ଟିରେ ରଖି ସେମାନଙ୍କ ଆର୍ଥିକ ପ୍ରଗତି ନେଇ ବିନା ସୁଧରେ ପାଞ୍ଚ ଲକ୍ଷ ଟଙ୍କା ଋଣ ପ୍ରଦାନ ସମର୍କରେ ଘୋଷଣା କରିଥିଲେ। ପୂର୍ବ ନିରୂପିତ ଏହି ଗସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ ଅଧିକାରୀ ତଥା ବ୍ଲକ୍ ପ୍ରଶାସନ ଅଧିକାରୀ ପୋଲିସ ପ୍ରଶାସନ ଉପସ୍ଥିତ ରହିଥିଲେ। ୧୫ ମିନିଟ୍ ରହି ସତୀ ଘାଟ ନଦୀ ଯୋଜନା ସମୀକ୍ଷା ପରେ ଚନ୍ଦାହାଣ୍ଡି ବ୍ଲକ ଅଭିମୁଖେ ବାହାରିଥିଲେ। ଡେମ କାର୍ଯ୍ୟ ନିର୍ମାଣ ପ୍ରତିଶ୍ରୁତି ପାଇ ସ୍ଥାନୀୟ ଅଞ୍ଚଳରେ ଖୁସିର ମାହଲ ଖେଳିଯାଇଛି। ୬୦୦ ହେକ୍ଟର ରୁ ଅଧିକ ଜମିରେ ଜଳ ସେଚିତ ହୋଇପାରିବ ବୋଲି ସ୍ଥାନୀୟ ଚାଷୀ ଆନନ୍ଦିତ ହେବାସହ ପ୍ରଶଂସା କରିଛନ୍ତି।

ରିପୋର୍ଟ:କ୍ରିଷ୍ଣା ସାହୁ

LEAVE A REPLY

Please enter your comment!
Please enter your name here