ବୃଦ୍ଧାଶ୍ରମରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ

0
199

ଭୁବନେଶ୍ବର : ଆଜି ଏକ୍ସିମ୍ ଲଜିଷ୍ଟିକ, ଝରଣା ଫାଉଣ୍ଡେସନ ଓ ଓଡିଶା ମୋ ପରିବାରର ମିଳିତ ଆନୁକୁଲ୍ୟରେ ରସୁଲଗଡସ୍ଥିତ ଏମ.ପି ବୃଦ୍ଧାଶ୍ରମ ପରିସରରେ ଥିବା ୫୫ ଜଣ ବୃଦ୍ଧବୃଦ୍ଧାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ସେମାନଙ୍କୁ ଔଷଧ, ବିସ୍କୁଟ, ଫଳ, ଜୁସ ବଣ୍ଟନ କରାଯାଇ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଏକ୍ସିମ ଲଜିଷ୍ଟିକ୍ ର ସାମାଜିକ କାର୍ଯ୍ୟକ୍ରମ ମୁଖ୍ୟ ଶ୍ରୀ ଅଶୋକ କୁମାର ସାହୁ, ଓଡ଼ିଶା ମୋ ପରିବାର ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ, ସମାଜସେବୀ ଗଗନ ପାଇଟାଲ, ବିଜୁ ଛାତ୍ର ଜନତା ରାଜ୍ୟ ସହ ସଂପାଦକ ଶ୍ରୀ ସୌମ୍ୟ ରଞ୍ଜନ ପ୍ରଧାନ , ଜିଲ୍ଲା ସମ୍ପାଦକ ସର୍ବଜିତ ସାହୁ, ଦୀପକ ନାୟକ, ଜୟନ୍ତ ଗୋସ୍ୱାମୀ, ଓ ବାପି ପ୍ରଧାନ ଯୋଗ ଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଓ ଏହି ଭଳି କାର୍ଯ୍ୟକ୍ରମ ଆଗାମୀ ଦିନରେ ରାଜ୍ୟ ବ୍ୟାପି ଆୟୋଜନ କରାଯିବ ବୋଲି ଡଃ ପ୍ରକାଶ ତ୍ରିପାଠୀ କହିଛନ୍ତି । ବୃଦ୍ଧାଶ୍ରମର ଅନ୍ତେବାସି ମାନେ ସମସ୍ତଙ୍କୁ ଏହି ମହତ୍ କାର୍ଯ୍ୟ ପାଇଁ ଧନ୍ୟବାଦ୍ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here