ତଦନ୍ତ ସମୟରେ ପୋଲିସ ଉପରକୁ ବୋମା ମାଡ଼;୩ ଯୁବକ ସହ ୨ ମହିଳା ଅଟକ

0
959

କୁକୁଡାଖଣ୍ଡି:କିଛି ଦିନର ନୀରବତା ପରେ ପୁଣି ଅପରାଧୀ ମାନେ ସକ୍ରିୟ ହୋଇପଡିଛନ୍ତି ବ୍ରହ୍ମପୁର ପୋଲିସ ଜିଲ୍ଲାରେ ।ଗତ କାଲି ଏକ ବୋମା ମାଡ଼ ଘଟଣାର ତଦନ୍ତ ସମୟରେ ପୋଲିସ ଉପରକୁ ମଧ୍ୟ ବୋମା ଫିଙ୍ଗି ବାକୁ ପଛେଇ ନାହାନ୍ତି ଅପରାଧି ମାନେ ।ଦିନ ଦ୍ୱିପ୍ରହରରେ ପୋଲିସକୁ ଖୋଲା ଚାଲେଞ୍ଜ ଦେଇଛନ୍ତି ଅପରାଧୀ ମାନେ । ନିଜ ବେଆଇନ କାର୍ଯ୍ୟକଳାପ ପାଇଁ ବୋମା,ବନ୍ଧୁକ ଓ ଖଣ୍ଡା ବ୍ୟବହାର କରୁଛନ୍ତି ।ସୂଚନା ପ୍ରକାରେ ଜାଣିବାକୁ ମିଳିଛି ଯେ, ନିମଖଣ୍ଡି ଥାନା ଅଧିନରେ ଥିବା ଶ୍ରୀକ୍ଷେତ୍ର ବିହାର ୪ର୍ଥ ଗଳିରେ ଏକ ଭଡା ଘର ନେଇ ଅସାମାଜିକ କାର୍ଯ୍ୟକଳାପ ଚଳାଉଥିବା ବେଳେ ମଙ୍ଗଳବାର ରାତ୍ର ବଡବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ୧୨ନଂ ଗଳିରେ କୌଣସି ଏକ କାରଣକୁ ନେଇ ଗଣ୍ଡଗୋଳ ହେବା ସହ ବୋମାମାଡ଼ ହୋଇଥିଲା ।ଏହି ଘଟଣାର ସନ୍ଧାନ ପାଇ ବଡ଼ ବଜ଼ାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ଏବଂ ତାଙ୍କ ଟିମ ଶ୍ରୀକ୍ଷେତ୍ର ବିହାରରେ ଏକ ଘରେ ଚଢ଼ାଉ କରିଥିଲେ । ଉକ୍ତ ଭଡା ଘରେ ରହୁଥିବା ୨ ମହିଳା ଓ ୩ ଜଣ ଯୁବକ ଘର ଭିତରେ ରହି ପୋଲିସ ଉପରକୁ ବୋମା ଫିଙ୍ଗିଥିଲେ ।ଏହି ମାମଲାର ଖୋଲତାଡ଼ କରିବା ସମୟରେ ନିମଖଣ୍ଡି ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାର ଚତୁର୍ଥ ଗଳିରେ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ବଡ଼ ବଜାର ଥାନା ଅଧିକାରୀ ଏକ ଘର ଉପରେ ଚଢ଼ାଉ ସମୟରେ ଘର ଭିତରେ ଥିବା ୩ଜଣ ଯୁବକ ପୋଲିସ ଉପରକୁ ବୋମା ମାଡ଼ କରିଥିଲେ ।ତେବେ ଏହି ସମୟରେ ପୋଲିସ ହଟାତ କବାଟ ବନ୍ଦ କରିଦେଇଥିଲା ।ଫଳରେ ଅଳ୍ପରେ ବର୍ତ୍ତି ଯାଇଥିଲେ ବଡ଼ ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ଓ ତାଙ୍କ ଟିମ୍ l ଘଟଣା ସ୍ଥଳରୁ ଦୁର୍ବତ ମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲା ପୋଲିସ lଏହି ଘଟଣା ସମ୍ପର୍କରେ ସୂଚନା ପାଇଁ ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ୍, ଦୁଇ ଅତିରିକ୍ତ ଏସପି ରମେଶ ଚନ୍ଦ୍ର ସେଠି ଓ ଅସୀମ ପଣ୍ଡା,ଟାଉନ ଏସ୍ଡିପିଓ ପଦ୍ମଲୋଚନ ପଣ୍ଡା, ନିମଖଣ୍ଡି ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ପ୍ରମୁଖ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଘର ମଧ୍ୟରେ ଥିବା ୨ ମହିଳାଙ୍କୁ ଗିରଫ କରିଥିବା ଜଣାପଡିଛି ।ସାଇଣ୍ଟିଫିକ ଟିମ ଆସି ଘରଭିତରେ ଗଛିତ ଥିବା ବୋମାକୁ ଜବତ କରି ନିଷ୍କ୍ରିୟ କରୁଥିବା ବେଳେ ଘରେ ଏକ ବୋମା ଫାଟିଥିଲା ।ଫଳରେ ବୋମା ନିଷ୍କ୍ରିୟକାରି ଅଶୋକ ପ୍ରଧାନ ଘଟଣା ସ୍ଥଳରେ ଆହତ ହୋଇଥିଲେ ।ଏବଂ ସଙ୍ଗେ ସଙ୍ଗେ ଆହତ ପ୍ରଧାନଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ ଚିକିତ୍ସା ନିମନ୍ତେ ପଠାଯାଇଛି । ବର୍ତ୍ତମାନ ବଡ଼ ବଜାର ଥାନା ପୋଲିସ ୩ଜଣ ଯୁବକ ଦୁନିଆ ସାହୁ,ରାକେଶ ମିଶ୍ର, ଶ୍ରୀକାନ୍ତ ପଣ୍ଡା ସହ ଘରେ ଥିବା ୨ ମହିଳାଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here