କାର୍ ର ସିକ୍ରେଟ ଚାମ୍ବରରୁ ୭୦କିଲୋ ଗଞ୍ଜେଇ ଜବତ,ଜଣେ ଗିରଫ

0
189

ଵ୍ରହ୍ମପୁର: ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ସୋମବାର ଏକ ଗଞ୍ଜେଇ ଭର୍ତ୍ତି କାର୍‌ ଜବତ କରିଛି। ଯାଞ୍ଚ ବେଳେ କାରରେ ୭୦ କେଜି ଗଞ୍ଜେଇ ରହିଥିବା ଜଣାପଡିଛି। ଗଞ୍ଜେଇ ଚାଲାଣକାରୀ ଯୁବକଙ୍କୁ ମାମଲା ନମ୍ବର ୧୦୨୬ /୨୨.୨୩ ରେ ଗିରଫ କରାଯାଇଛି। ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ବିହାର ପଟଣାର ଧର୍ମେନ୍ଦ୍ର ପ୍ରଧାନ (୩୨)। ଜେରା ବେଳେ ସେ ଉକ୍ତ ଗଞ୍ଜେଇ ଗଜପତିରୁ ଆଣି ବ୍ରହ୍ମପୁର ଦେଇ ବିହାର ଚାଲାଣ କରାଯାଇଥାନ୍ତା । ଏନେଇ ଅବକାରୀ ଡେପୁଟି ସୁପେରିଟେଣ୍ଡେଣ୍ଟ କୁବେର ସେଠୀ ସୂଚନା ଦେଇଛନ୍ତି। ମଙ୍ଗଳବାର ଧର୍ମେନ୍ଦ୍ରଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସେ କହିଛନ୍ତି। ଅନୁମାନ କର୍ମେ ଜବତ ଗଞ୍ଜେଇ ଓ କାର୍‌ର ମୂଲ୍ୟ ୧୭ଲକ୍ଷ ଟଙ୍କା ହେବ ବୋଲି ସେ ସୂଚନା ଦେଇଛନ୍ତି। ମୋହନାରୁ ଗଞ୍ଜେଇ ବେଆଇନ ଭାବେ ବ୍ରହ୍ମପୁର ଦେଇ ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗକୁ ଖବର ମିଳିଥିଲା। ଡେପୁଟି ସୁପରିଟେଣ୍ଡେଣ୍ଟ ସେଠୀଙ୍କ ନେତୃତ୍ୱରେ ଏକ ଟିମ୍‌ କଲେଜ ଛକ ନିକଟରେ ଯାନବାହନ ଚେକିଂ କରୁଥିଲା। ବ୍ରହ୍ମପୁର ଅଭିମୁଖେ ଆସୁଥିବା ଏକ କାର ନମ୍ବର ଡବ୍ଲ୍ୟୁବି ୦୬ଡ଼ି ୩୯୧୦ କୁ ଅଟକାଇ ଚେକିଂ କରାଯାଇଥିଲା। ସେହି ସମୟରେ ଗାଡ଼ିରେ ଗଞ୍ଜେଇ ଥିବା ଜଣାପଡିଥିଲା। ଯାଞ୍ଚ ବେଳେ ସେଥିରେ ୭୦ କେଜି ଗଞ୍ଜେଇ ଜବତ ହୋଇଥିଲା। ଅବକାରୀ ଟିମ୍‌ ଗଞ୍ଜେଇ ଜବତ କରିବା ସହ ଚାଲାଣକାରୀ ଯୁବକଙ୍କୁ କାବୁ କରିଥିଲା। ଚଢ଼ାଉରେ ଅବକାରୀ ଗୁଇନ୍ଦା ଇନ୍ସପେକ୍ଟର ଗୀତାଞ୍ଜଳି ସାହୁ, କନେଷ୍ଟେବଲ ବସନ୍ତ ବାରିକ, ପ୍ରବୀର ସାମଲ, ବଳରାମ ସୱାଇଁ, କେଦାରନାଥ ନାୟକ, ବିଶ୍ୱନାଥ ପେଣ୍ଠି ପ୍ରମୁଖ ସାମିଲ ଥିଲେ।

LEAVE A REPLY

Please enter your comment!
Please enter your name here