ଚାଇକୁଣ୍ଡ ପ୍ରତିଯୋଗିତାରେ କୁସୁମୀ ଆଦର୍ଶ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ କୃତ୍ତିତ୍ବ

0
318

କୁକୁଡ଼ାଖଣ୍ଡି: ଓଡ଼ିଶା ସରକାରଙ୍କ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଚାଇକୁଣ୍ଡ ପ୍ରତିଯୋଗିତା ମାର୍ଚ୍ଚ ୧ରେ ପୁରୀ ଜିଲ୍ଲାରେ ଆୟୋଜିତ ହୋଇଥିବା ଚାଇକୁଣ୍ଡ ପ୍ରତିଯୋଗିତାରେ ସଫଳତା ହାସଲ କରିଛନ୍ତି ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକର କୁସୁମୀ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଛାତ୍ରୀ । ଏଥିରେ ଗଞ୍ଜାମ ଜିଲ୍ଲାରୁ ମୋଟ ୧୧ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରି ୪ଟି ସ୍ବର୍ଣ୍ଣ ,୬ଟି ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ ସହିତ ମୋଟ ୧୧ ଜଣ ପ୍ରତିଯୋଗୀ ୧୧ଟି ପଦକ ପାଇ ଗଞ୍ଜାମ ଜିଲ୍ଲା ପାଇଁ ଗୌରବ ଆଣିପାରିଛନ୍ତି । ତତ୍ ସହିତ ୪ଜଣ ପ୍ରତିଯୋଗୀ ଜାତୀୟ ସ୍ତରକୁ ମନୋନୀତ ହୋଇଛନ୍ତି । ତେବେ ଏଇ ସମସ୍ତ ପ୍ରତିଯୋଗୀ କୁକୁଡ଼ାଖଣ୍ଡି ବ୍ଲକ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କୁସୁମୀର ଛାତ୍ରଛାତ୍ରୀ ହୋଇଥିବାବେଳେ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ ଶ୍ରୀ ମଧୁସୂଦନ ମିଶ୍ରଙ୍କ ତତ୍ତ୍ଵାବଧାନରେ ପ୍ରଥମ ଥର ପାଇଁ ଏହି ଖେଳରେ ଭାଗ ନେଇ ଜିଲ୍ଲା ପାଇଁ ସୁନାମ ଆଣିଛନ୍ତି। ଦଳର ମ୍ୟାନେଜର ଭାବେ ଶ୍ରୀମତୀ ସୌମ୍ୟା ସପର୍ଯ୍ୟା ସେଠୀ ଦାୟିତ୍ଵ ତୁଲାଇ ଥିଲେ । ତେବେ ଗଞ୍ଜାମ ଦଳ ଅତି ଉତ୍ତମ ପ୍ରଦର୍ଶନ କରିଥିବାରୁ ଡିଇଓ ଶ୍ରୀମତୀ ବିନିତା ସେନାପତି ଏବଂ ଆଇପିଇ ଶ୍ରୀ ଭାଗିରଥି ସ୍ୱାଇଁଙ୍କ ସମେତ ଓଏଭି କୁସୁମୀ ପ୍ରିନ୍ସିପାଲ୍ ଜଗନ୍ନାଥ ମହାରଣାଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଭିଭାବକମାନେ ଶୁଭେଚ୍ଛା ଜଣାଇଛନ୍ତି ।

ରିପୋର୍ଟ:ମନୋଜ ପାତ୍ର

LEAVE A REPLY

Please enter your comment!
Please enter your name here