ପୂଜ୍ୟ ପୂଜା ସମିତି ପକ୍ଷରୁ ନେତାଜୀ ଜୟନ୍ତି ପାଳନ

0
779

ବ୍ରହ୍ମପୁର: ମାନବ ଅଧିକାର ସୁରକ୍ଷା ମଞ୍ଚର ସାଂସ୍କୃତିକ ବିଭାଗ ପୂଜ୍ୟ ପୂଜା ସମିତି ପକ୍ଷରୁ ଆଜି ନେତାଜୀ ଜୟନ୍ତି ପାଳନ ହୋଇଯାଇଛି l ବ୍ରହ୍ମପୁର ଖଲ୍ଲିକୋଟ କଲେଜ ରୋଡ଼ ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ଯଥା ମର୍ଯ୍ୟାଦାର ସହ ମାଲ୍ୟାର୍ପଣ କରାଯାଇଛି l ବିଶିଷ୍ଟ ହେତୁବାଦୀ ତଥା ସମାଜବାଦୀ ନେତା କିଶୋର ମିଶ୍ର ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ନେତାଜୀଙ୍କ ସାଲିସ ବିହିନ ସ୍ୱାଧୀନତା ସଂଗ୍ରାମ ସମ୍ପର୍କରେ ଆଲୋଚନା କରିଥିଲେ l ସମିତି ସଭାପତି ବଂଶୀଧର ଭୂୟାଁଙ୍କ ନେତୃତ୍ୱରେ ବରିଷ୍ଠ ସାମ୍ବାଦିକ ରବି ରଥ,ସମାଜସେବୀ ମନୋଜ ତରାଇ,ସୁରେନ୍ଦ୍ର ନାଥ ପଣ୍ଡା,ସୁବାଷ ମିଶ୍ର, କବିରାଜ ସାହୁ, ହୃଷିକେଶ ପାତ୍ର, ସlମ୍ବଶିବା ରାଓ, ଶ୍ୟାମ ଖାଡ଼ଙ୍ଗା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l

LEAVE A REPLY

Please enter your comment!
Please enter your name here