ସାର୍ଦ୍ଦୁଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

0
208

ଭଞ୍ଜନଗର: ଭଞ୍ଜନଗର ବ୍ଳକ ସାର୍ଦ୍ଦୁଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସୁଦାମ ଦଳବରାଙ୍କ ପୌରାହିତ୍ୟରେ ଅନୁଷ୍ଠିତ କାଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ନେତାଜୀ ବିଷୋୟୀ ଓ ଶଙ୍କର୍ଷଣ ତ୍ରୀପାଠୀ ,ମୁଖ୍ୟ ବକ୍ତା ଭାବେ ଗାଲେରୀ ଦଣ୍ଡପାଣି ମାହାରଥା ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର ନାୟକ,ସମ୍ମାନୀତ ଅତିଥି ଭାବେ ଡୁମାକୁମ୍ପା ସି.ଆର୍.ସି.ସି ତ୍ରିନାଥ ବେହେରା, ରାଧାକୃଷ୍ଣ ସ୍ବାମୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାସ୍କର ପାଣି, ସରପଞ୍ଚ ସ୍ବପ୍ନା ନାୟକ, ସମିତି ସଭ୍ୟା ଝୁମୁରୀ ବେହେରା, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ସନ୍ୟାସୀ ଗୌଡ, ସରପଞ୍ଚ ପ୍ରଧିନିଧି ପ୍ରତାପ ନାୟକ, ସମିତିସଭ୍ୟ ପ୍ରତିନିଧି ନାରାୟଣ ବେହେରା ପ୍ରମୁଖ ମଞ୍ଚାସିନ୍ ଥିଲେ। ବରିଷ୍ଠ ଶିକ୍ଷକ ଭଞ୍ଜ କିଶୋର ପ୍ରଧାନ ବାର୍ଷିକ ବିବରଣୀ ପଠନ କରିଥିଲେ ା ବିଭିନ୍ନ ପ୍ରତିଯୋଗିତା ଗୁଡିକର କୃତୀ ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ା ଶେଷରେ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ା ବିଦ୍ୟାଳୟର ଶିକ୍ଷକ ସୁରେନ୍ଦ୍ରନାଥ ଗୌଡଙ୍କ ସମେତ ସମସ୍ତ ଷ୍ଟାଫ, ରାଧା କୃଷ୍ଣ ସ୍ବାମୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଷ୍ଟାଫ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସଦସ୍ୟା ବୃନ୍ଦ ଓ ଗ୍ରାମବାସୀବୃନ୍ଦ ପୂର୍ଣ୍ଣ ସହଯୋଗ କରିଥିଲେ ା

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here