ଆବାସ ତାଲିକାରେ ଅନେକ ଅଯୋଗ୍ୟ ହିତାଧିକାରୀ !

0
224

ବୁଗୁଡ଼ା : ତିନି ବର୍ଷ ପୂର୍ବେ କର୍ମଚାରୀଙ୍କ ଦ୍ୱାରା ସର୍ଭେ କରାଯାଇ ହିତାଧିକାରୀ ଚୟନ କରାଯିବା ପରେ କିଛି ଦିନ ତଳେ ଅଧିକାରୀମାନେ ଘର ଘର ବୁଲି ଜିଓ ଟ୍ୟାଗ କରିବା ପରେ ସେମାନଙ୍କର ତାଲିକା ପ୍ରକାଶ ପାଇଛି l ଗତ ତିନି ଦିନ ତଳେ ହିତାଧିକାରୀଙ୍କ ତାଲିକା ସମ୍ପୃକ୍ତ ପଞ୍ଚାୟତ କାର୍ଯ୍ୟାଳୟ ସମେତ ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ଟଙ୍ଗା ଯାଇଛି l ବୁଗୁଡ଼ା ବ୍ଲକର ସମୁଦାୟ ୨୧ଟି ପଞ୍ଚାୟତର ମୋଟ ୨ ହଜାର ୬୪ ଜଣ ହିତାଧିକାରୀଙ୍କ ତାଲିକାରେ ନାମ ଥିବା ବେଳେ ମାଣିତରା ପଞ୍ଚାୟତର ସର୍ବାଧିକ ୧୯୩ ଓ ବି.କରଡ଼ାବାଡ଼ି ପଞ୍ଚାୟତର ସର୍ବନିମ୍ନ ୧୨ ଜଣ ହିତାଧିକାରୀଙ୍କ ନାମ ସ୍ଥାନ ପାଇଛି। ଭଗବାନପୁର ପଞ୍ଚାୟତର ନୂଆଁ ପାଣିକେଶର ଓ ମହୁଲପଲ୍ଲୀ ଗ୍ରାମର କୌଣସି ହିତାଧିକାରୀଙ୍କ ନାମ ଏହି ତାଲକାରେ ନାହିଁ। ଅନିୟମିତତା ସର୍ଭେ ଯୋଗୁଁ ବିଭିନ୍ନ ପଞ୍ଚାୟତରେ ବହୁ ଯୋଗ୍ୟ ହିତାଧିକାରୀ ଆବାସ ପାଇବାରୁ ବଞ୍ଚିତ ହୋଇଥିବା ବେଳେ ଅଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରାଯାଇଥିବା ଅଭିଯୋଗ ହୋଇଛି l ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ନିର୍ଦ୍ଧାରିତ ଫର୍ମ ପୂରଣ କରି ଆସନ୍ତା ୨୪ ତାରିଖ ସୁଦ୍ଧା ବୁଗୁଡ଼ା ବ୍ଲକ କାର୍ଯ୍ୟାଳୟରେ ଥିବା ଅଭିଯୋଗ ବାକ୍ସରେ ପକାଇବା ପାଇଁ ସମସ୍ତ ଗ୍ରାମରେ ଡ଼ାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର ଆରମ୍ଭ ହୋଇଥିବା ଜଣାପଡିଛି l ଅଭିଯୋଗକାରୀଙ୍କ ନାମ ଗୋପନରଖାଯିବ ବୋଲି ପ୍ରଶାସନ କହିଛିନ୍ତି। ବୁଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସୁଦେବ ନାୟକ ବିଭିନ୍ନ ପଞ୍ଚାୟତ ପରିଦର୍ଶନ କରି ସରପଞ୍ଚ ମାନଙ୍କ ସହିତ ଆଲୋଚନା ଜାରି ରଖିଥିବା ଜଣାପଡିଛି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here