ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ

0
209

ବ୍ରହ୍ମପୁର : ବ୍ରହ୍ମପୁର ସହରର ଗୋଶାଣିନୂଆଗାଁ ଶାସ୍ତ୍ରୀନଗର ନିବାସୀ ଶ୍ରୀ ଦେବଦତ୍ତ ସାହୁଙ୍କ ମଙ୍ଗଳବାର ଦିନ ପରଲୋକ ହୋଇଯାଇଛି | ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା | ସେ ଜଣେ ଆଦର୍ଶବାଦୀ ଗ୍ରାମାସେବକ ଥିଲେ | ସେ ବିଭିନ୍ନ ଯାନୀଯାତ୍ରାରେ ଆଗଭର ହୋଇ ନିଜର ଦାୟିତ୍ୱ ସୁଚାରୁରୂପେ ପରିଚାଳନ କରି ଜନସାଧାରଣଙ୍କ ପ୍ରିୟଭାଜନ ହୋଇପାରିଥିଲେ | ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ସେ ଶେଷ ସମୟରେ ବ୍ରହ୍ମପୁରସ୍ଥ ବଡ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ପ୍ରାଣ ତ୍ୟାଗ କରିଥିଲେ | ଶେଷ ସମୟରେ ତାଙ୍କ ନିକଟରେ ଧର୍ମପତ୍ନୀ,ଦୁଇ ପୁଅ ବୋହୁ,ଝିଅ ଜ୍ବାଇଁ,ନାତି ନାତୁଣୀ ଓ ପରିବାରବର୍ଗ ଉପସ୍ଥିତ ଥିଲେ | ସ୍ବର୍ଗତ ସାହୁଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି | ସମସ୍ତ ପରିବାରବର୍ଗଙ୍କ ତରଫରୁ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାଥନା |

LEAVE A REPLY

Please enter your comment!
Please enter your name here