ବେଲଘରରେ ହାତୀ ଆତଙ୍କ : ହାତୀ ଘଉଡ଼ାଇବାକୁ ବନ ବିଭାଗର ପ୍ରୟାସ ଜାରୀ

0
223

ବାଲିଗୁଡ଼ା:(ନ୍ୟୁଜ ଏକ୍ସଟ୍ରା): କନ୍ଧମାଳ ରେ ହାତୀ ଆତଙ୍କ । ୫୦ଟି କିଆ ହାତିପଲ ଗାଁ ନିକଟ ଜଙ୍ଗଲରେ ଚଳ ପ୍ରଚଳ କରୁଥିବା ବେଳେ ଭୟଭୀତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ । କନ୍ଧମାଳ ଜିଲ୍ଲା ବେଲଘର ବନାଞ୍ଚଳ ଅନ୍ତର୍ଗତ କନ୍ଧମାଳ-କଳାହାଣ୍ଡି ସୀମାନ୍ତ ଝିରିପାଣି,ଭଣ୍ଡରଙ୍ଗି ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା । ସେପଟେ ଘଟଣାକୁ ନେଇ ବନ ବିଭାଗର ସ୍ବତନ୍ତ୍ର ସ୍କ୍ୱାର୍ଡ ହାତୀର ଗତିପଥ ଉପରେ ନଜର ରଖିବା ସହ ଲୋକଙ୍କୁ ସଚେତନ କରୁଛି ବନ ବିଭାଗ । ସୁଚନା ପ୍ରକାରେ ବାଲିଗୁଡା ବନଖଣ୍ଡର ବେଲଘର ବନାଞ୍ଚଳର ଝିରିପାଣି ଗାଁ ଅଞ୍ଚଳକୁ ସିମାନ୍ତ ଜଙ୍ଗଲରୁ ୫୦ଟିକିଆ ହାତୀପଲ ପଶି ଆସିଥିବା ଜଣାପଡ଼ିଛି । ଏହି ହାତୀ ପଲ ଆଜକୁ ପ୍ରାୟ ୭ରୁ ୮ଦିନହେବ ଝିରିପାଣି ଜଙ୍ଗଲରେ ରହିଥିବା ବେଳେ ଗାଁ ନିକଟସ୍ଥ ଧାନକୁ ପାଣି ପିଇବାକୁ ଆସୁଛନ୍ତି । ପୂର୍ବରୁ ଧାନ ଅମଳ ସମୟରେ ଗାଁ ଭିତରକୁ ଆସି ଲୋକଙ୍କ ଚାଷ ନଷ୍ଟ କରିଥିବା ବେଳେ ବନବିଭାଗ ପକ୍ଷରୁ କ୍ଷତିଗ୍ରସ୍ତ ପରିବାରକୁ କ୍ଷତିପୂରଣ ଦିଆଯାଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି । ବର୍ତ୍ତମାନ ସମୟରେ ଲୋକେ ଭୟଭୀତ ଥିବା ବେଳେ ହାତୀପଲକୁ ଘଉଡାଇବା ପାଇଁ ବନବିଭାଗ ପକ୍ଷରୁ ହାତୀ ଟ୍ରାକିଙ୍ଗ୍ ସ୍କାର୍ଡ ଗଠନ କରି ହାତୀର ଗତିପଥ ବଦଳେଇବା ସହ ହାତୀପଲକୁ ଘଉଡାଇବା ନେଇ ପ୍ରୟାସ କରୁଛି ଟିମ୍ । ଏଥିସହିତ ଝିରିପାଣୀ ପରେଷ୍ଟର ଶିବାଜୀ ବେହେରା ଓ ରେଞ୍ଜର ଅରୁଣ ସାହୁ ଅଞ୍ଚଳବାସୀଙ୍କୁ ସଚେତନ କରାଉଛନ୍ତି । ଝିରିପାଣୀ ଜଙ୍ଗଲକୁ କଳାହାଣ୍ଡି ଜଙ୍ଗଲ ଲାଗିଥିବାରୁ କଳାହାଣ୍ଡି ପଟରୁ ଏହି ହାତିପଲ ଉକ୍ତ ଅଞ୍ଚଳକୁ ପଶି ଆସିଥିବା ଅନୁମାନ କରୁଛି ବନବିଭାଗ । ଉକ୍ତ ଅଂଚଳରେ ଉପଦବ୍ର ସହ ଜନଜୀବନ କ୍ଷତି କରୁଥିବା ଜଣାପଡିଛି । ଏଭଳି ବିଭିନ୍ନ ସମୟରେ ହାତୀପଲ ବେଲଘର ବନାଞ୍ଚଳର ଝିରିପାଣୀ, ଲଙ୍କାଗଡ,ଭଣ୍ଡରଙ୍ଗି ଜଙ୍ଗଲକୁ ହାତୀ ଆସି ରହୁଥିବା ଦେଖିବାକୁ ମିଳୁଛି । ହାତୀ ଭୟରେ ଅନେକ ସରକାରୀ କାର୍ଯ୍ୟକ୍ରମ ଉକ୍ତ ଅଞ୍ଚଳରେ ବର୍ତ୍ତମାନ ବନ୍ଦ ରହିଥିବା ଜଣାପଡ଼ିଛି ।
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here