ଗୋବରା ଠାରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ

0
190

ଭଞ୍ଜନଗର: ଭଞ୍ଜନଗର ଆଂଚଳିକ ପରିବହନ ବିଭାଗ କାଯ୍ୟାଳୟ ପକ୍ଷରୁ ଗୋବରା ସ୍ଥିତ ବିଶ୍ୱ ଭାରତୀ ଆବାସିକ ବିଦ୍ୟାଳୟ ୩୪ ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ବିଦ୍ୟାଳୟ ସଭାପତି କୁଞ୍ଜ ବିହାରୀ ନାୟକ ଙ୍କ ପୌରାହିତ୍ୟରେ ଅନୁଷ୍ଠିତ କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଲଗୁଣ୍ଠା ବ୍ଳକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଅଧକ୍ଷ,ସମ୍ମାନିତ ଅତିଥି ଏମଭିଆଇ ଭାଗିରଥି ନାୟକ,ଭଞ୍ଜନଗର ଏନଏସି ଏମ୍.ପି ପ୍ରତିନିଧି ପଞ୍ଚାନନ ପାଳ, ସରପଞ୍ଚ ସୁପ୍ରଭା ନାୟକ,ସମିତି ସଭ୍ୟ ବିଭୁ ପାଦ ଜେନା,ବଡ଼ବୋରସିଂ ସରପଞ୍ଚ ରାମେଶ୍ୱର ପାତ୍ର ପ୍ରମୁଖ ସଡକ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ଦିଗ ଉପରେ ବକ୍ତବ୍ୟ ରଖିଥିଲେ। ସଂଯୋଜକ ତଥା ସମାଜସେବୀ ଶୁଳପାଣି ଶତପଥି ସଂଯୋଜନା କରିଥିବା ବେଳେ ପ୍ରକୃତି ବନ୍ଧୁ ଓ ପ୍ରକୃତି ମିତ୍ର ପୁରସ୍କାର ପ୍ରାପ୍ତ ବିଦେଶୀ ସାହୁ ରଶ୍ମିତା ସାହୁ ଉପସ୍ଥିତି ରହି ଛାତ୍ର ଛାତ୍ରୀ ମାନଙ୍କୁ ଭିଡିଓ ମାଧ୍ୟମରେ ସଡ଼କ ସୁରକ୍ଷା ନିମନ୍ତେ ବିଭିନ୍ନ ସିନେମା ପ୍ରଦର୍ଶନ କରିଥିଲେ।ପରିଶେଷରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ସହିତ ପୁରସ୍କାର ବିତରଣ କରାଯାଇଥିଲା। ବିଶ୍ୱ ଭାରତୀ ଆବାସିକ ବିଦ୍ୟାଳୟ ପ୍ରଧାନ ଗୁରୁଜୀ ବାବୁ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here