କଳିଙ୍ଗ ମହୋତ୍ସବ ର ଲୋଗୋ ଉନ୍ମୋଚନ

0
196

ବ୍ରହ୍ମପୁର: କଳିଙ୍ଗ ମହୋତ୍ସବ ପାଇଁ ଆଜି ଲୋଗୋ ଉନ୍ମୋଚନ ହୋଇଯାଇଛି । ବ୍ରହ୍ମପୁର ସ୍ଥିତ କଳିଙ୍ଗ ଟିଭି ଦକ୍ଷିଣ ଓଡ଼ିଶା କାର୍ଯ୍ୟାଳୟରେ କଳିଙ୍ଗ ଟିଭି ଦକ୍ଷିଣ ଓଡିଶା ମୁଖ୍ୟ ପ୍ରକାଶ ପଟନାୟକ ଙ୍କ ସଂଯୋଜନା ରେ ଆୟୋଜିତ ଲୋଗୋ ଉନ୍ମୋଚନ ଉତ୍ସବ ରେ ଅତିଥି ଭାବେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର ସଂଘମିତ୍ରା ଦଳେଇ, କର୍ପୋରେଟର ସୋନାଲି ଗନ୍ତାୟତ, ସାମ୍ବାଦିକ ସୁଦୀପ କୁମାର ସାହୁ ଯୋଗ ଦେଇଥିଲେ । କଳିଙ୍ଗ ଟିଭି ଦକ୍ଷିଣ ଓଡ଼ିଶା ମୁଖ୍ୟ ପ୍ରକାଶ ପଟ୍ଟନାୟକ ମହୋତ୍ସବର ଆଭିମୁଖ୍ୟ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ମହୋତ୍ସବ ଭାବର, କଳା ସଂସ୍କୃତି ର ଆଦାନ ପ୍ରଦାନ ସହ ସଂପର୍କ ସ୍ଥାପନ କରିଥାଏ ଏବଂ ଏହା ଦ୍ୱାରା ବହୁ ଲୁକାୟିତ ପ୍ରତିଭା ମଧ୍ୟ ଲୋକଲୋଚନକୁ ଆସିପାରିଥାଏ । ତେଣୁ କଳିଙ୍ଗ ମହୋତ୍ସବ ପରିକଳ୍ପନା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ଆସନ୍ତା ଫେବ୍ରୁଆରୀ ୨୫ ଓ ୨୬ରେ ବ୍ରହ୍ମପୁରରେ ଏହି ମହୋତ୍ସବ କରାଯିବା ପାଇଁ ନିଷ୍ପତି କରାଯାଇଛି । ଏହି ଅବସରରେ ନିର୍ମଳ ସାହୁ, କୁନା ସାହୁ, ଆର୍‌. ସୁନନ୍ଦା ଚୌଧୁରୀ, କୁମାର ସୁରଜ ମହାରଣା, ଇଂ. ଆଶୁତୋଷ ପାତ୍ର, ଇଂ. ଜାମିନିକାନ୍ତ ଦାସ, ଆଇନଜୀବୀ ନିର୍ମଳ ଚନ୍ଦ୍ର ସାହୁ, ଶ୍ରୀକାନ୍ତ ସାବତ, ଡ. ସାଗର ରଞ୍ଜନ ତ୍ରିପାଠୀ, ପ୍ରଭାକର ପାଢ଼ୀ, ଗୁଲାମ୍ ରସୁଲ୍‌, ଅନୀଲ ପାତ୍ର,ଡ଼ଃ ତିରୁପତି ସାହୁ,କେଦାରନାଥ ଚୌଧୁରୀ, ପ୍ରଶାନ୍ତ ମହାରଣା, ଉଷା ରାଣୀ ମହାପାତ୍ର, ଅଭିଜିତ ଦାସ , ରବୀନ୍ଦ୍ର ଡାକୁଆ, ମାନସ ବିଷୋୟୀ, ସନ୍ତୋଷ ସାହୁ, ଟୁଟୁ ବେହେରା, ରବୀନ୍ଦ୍ର ବେହେରା, ସନ୍ଦୀପ ଓରାମ,ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here