ଛାତ୍ରଛାତ୍ରୀ ପରିଭ୍ରମଣ କଲେ ସୋନପୁର ବେଳାଭୂମି

0
200

ପୋଲସରା :ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ସମସ୍ତ ଛାତ୍ରଛାତ୍ରୀ ଏବଂ ବିଭାଗୀୟ ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦ ମିଳିତ ଭାବେ ସୋନପୁର ବେଳାଭୂମିରେ ଶିକ୍ଷା ଭ୍ରମଣ କରିବା ସହ ଭୋଜିଭାତ କରି ମଜା କରିଥିବା ଜଣାପଡିଛି। ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ କିଶୋର ଚନ୍ଦ୍ର ଜେନା, ଅଧ୍ୟାପକ ବନମାଳୀ ବେହେରା, ଅଧ୍ୟାପକ ଅନୀଲ କୁମାର ଦାସ ଓ ଅଧ୍ୟାପିକା ଭାରତୀ ଗୌଡ଼ ଙ୍କ ତତ୍ତ୍ୱାବଧାନରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ବର୍ଷ ଛାତ୍ରଛାତ୍ରୀ ବୃନ୍ଦ ମିଳିମିଶି ଶୃଙ୍ଖଳିତ ଭାବେ ନାଚ, ଗୀତ ଓ ଭୋଜନର ଆନନ୍ଦ ଉପଭୋଗ କରିଥିଲେ। ପ୍ରଥମ, ଦ୍ବିତୀୟ ଓ ଶେଷ ବର୍ଷ ଛାତ୍ର ଶଙ୍କର୍ଷଣ ପ୍ରଧାନ, ବିଶ୍ଵଜିତ ବିଷୋୟୀ, କବିରାଜ ଗୌଡ଼, କାହ୍ନୁ ଗୌଡ଼, ପବିତ୍ର ପ୍ରଧାନ, ଆଶିଷ ପ୍ରଧାନଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ଏହି ସ୍ମରଣୀୟ ସ୍ମୃତି ସବୁଦିନ ପାଇଁ ମାନସ ପଟରେ ରହିବ ବୋଲି ପ୍ରକାଶ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here