ଅକ୍ସଫର୍ଡ ପବ୍ଲିକ ସ୍କୁଲ ର ଚତୁର୍ଦ୍ଦଶ ଖେଳକୁଦ ପୁରସ୍କାର ବିତରଣ ଉତ୍ସବ ଉଦଯାପିତ

0
774

ବ୍ରହ୍ମପୁର: ସ୍ଥାନୀୟ ଲାଞ୍ଜିପିଲି ରାଜପଥ ସ୍ଥିତ ଅକ୍ସଫର୍ଡ ପବ୍ଲିକ ସ୍କୁଲ ରେ ତିନିଦିନ ଧରି ଚାଲି ଥିବା ଚତୁର୍ଦଶ ଖେଳକୁଦ ପୁରସ୍କାର ବିତରଣ ଉତ୍ସବ ଉଦଯାପିତ ହୋଇ ଯାଇଛି । ଉଦଯାପନ ଉତ୍ସବ ରେ ଅନୁଷ୍ଠାନ ର ନିର୍ଦେଶକ ଇଁ ଅଶୋକ କୁମାର ପାଳ ମଞ୍ଚାସିନ ଅତିଥି ଙ୍କ ପରିଚୟ ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଓ ଉଦେଶ୍ୟ ଜ୍ଞାପନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଶିଶୁ ଙ୍କ ଶାରୀରିକ ଓ ମାନସିକ ପ୍ରଗତିରେ ଖେଳକୁଦ ର ଆବଶ୍ୟକତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ , ଡେପୁଟି ମେୟର ଇ. ବିବେକ ରେଡ୍ଡୀ, ନେସନାଲ ଇନିଷ୍ଟି ଟୁଟ ର ନିର୍ଦେଶିକା ରଶ୍ମିତା ପାଣିଗ୍ରାହୀ ନିଜ ନିଜ ବକ୍ତବ୍ୟରେ ଅନୁଷ୍ଠାନ ର ଭୂୟସୀ ପ୍ରଶସା କରିବା ସହ ଖେଳକୁଦ ଜୀବନ ର ଏକ ବଳିଷ୍ଟ ଅଙ୍ଗ ବୋଲି ଆଲୋଚନା କରିଥିଲେ ।ତିନି ଦିନ ଧରି ଚାଲି ଥିବା ଏହି ଉତ୍ସବ ରେ ଅନୁଷ୍ଠାନ ର ୫୪୭ ଶିଶୁ ଖେଳକୁଦ ରେ ନିଜର ନୈପୁଣ୍ୟ ପ୍ରଦର୍ଶନ ପାଇଁ ପୁରସ୍କୃତ ହୋଇ ଥିଲେ । ଇତ୍ୟା ଅବସର ରେ ଆୟୋଜିତ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ କୁ ପ୍ରାୟ ପନ୍ଦର ଶହ ରୁ ଉର୍ଦ୍ଧ ଦର୍ଶକ ଉପଭୋଗ କରିଥିଲେ । ଉକ୍ତ ଉତ୍ସବ କୁ ରବି ସାହୁକାର, ରମାକାନ୍ତ ରଥ, ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପି.ସରିତା,ସସ୍ମିତା ମିଶ୍ର,କସ୍ତୁରୀ ମିଶ୍ର ସହ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ଚିନ୍ମୟ ,ପ୍ରଶାନ୍ତ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here