ସ୍ବଳ୍ପ ସଞ୍ଚୟରେ ଗଞ୍ଜାମ ଜିଲ୍ଲା ପ୍ରଥମ ଓ ଦ୍ବିତୀୟ ପୁରସ୍କାର ବିଜେତା

0
187

ଛତ୍ରପୁର: ଓଡିଶା ସ୍ବଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା “AS” ସିରିଜ୍ ର ଉଠାଣ ଭୁବନେଶ୍ବର ସ୍ଥିତ ଜୟଦେବ ଭବନ ଠାରେ ଗତ ତା.୦୭.୦୭.୨୦୨୨ରିଖ ଦିନ ଅନୁଷ୍ଠିତ ହୋଇଥିଲା । ଏହି ଲଟେରୀ ଉଠାଣରେ ସର୍ବ ମୋଟ୍ ୨୪୨୮ ଗୋଟି ପୁରସ୍କାର ଘୋଷଣା ହୋଇଥିଲା । ପ୍ରଥମ ଓ ଦ୍ବିତୀୟ ପୁରସ୍କାର ଦୁଇଟି ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟ ନଗରର ଦୁଇଗୋଟି ପରିବାରକୁ ମିଳିଛି । ଯାହାକି ଗୋଟିଏ ଜିଲ୍ଲାରୁ ହିଁ ଦୁଇଜଣଙ୍କୁ ପ୍ରଥମ ଓ ଦ୍ବିତୀୟ ମିଳିବା ପ୍ରଥମ ଘଟଣା । କେ. ସୁକେସିନି ପାତ୍ର ଓ କେ. ପ୍ରଭୁକୃପା ପାତ୍ରଙ୍କୁ ପ୍ରଥମ ପୁରସ୍କାର ରାଶି ପାଞ୍ଚଲକ୍ଷ ଟଙ୍କା ମିଳିଥିବା ସ୍ଥଳେ ଦ୍ବିତୀୟ ପୁରସ୍କାରଟି ମଧ୍ୟ ସେହି କବିସୂର୍ଯ୍ୟନଗର ବ୍ଲକ୍ ର ମାନସ ଗୌଡ ତିନି ଲକ୍ଷ ଟଙ୍କା ବିଜେତା ରାଶି ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । ଶୁକ୍ରବାର ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଏହି ବିଜେତା ଦ୍ବୟଙ୍କୁ ବ୍ୟାଙ୍କ ଚେକ୍ ପ୍ରଦାନ କରି ସ୍ବଳ୍ପ ସଞ୍ଚୟ ଦିଗରେ ଜନ ସାଧାରଣ ଅଧିକ ବିନିଯୋଗ କରିବା ନେଇ ପ୍ରୋତ୍ସାହିତ କରିଥିଲେ । ଜିଲ୍ଲା ସ୍ବଳ୍ପ ସଞ୍ଚୟ ଅଧିକାରୀ ହରି ଚରଣ ମିଶ୍ର ଜିଲ୍ଲାରେ ସ୍ବଳ୍ପ ସଞ୍ଚୟ ଜମାକାରୀ ସଂଖ୍ୟା ବୃଦ୍ଧି କରିବା ଦିଗରେ ଅଧିକ ତତ୍ପରତା ଯୋଗୁଁ ଜିଲ୍ଲାପାଳ ଶ୍ରୀ ପରିଡା ଶ୍ରୀ ମିଶ୍ରଙ୍କ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ । ଆଗକୁ ଏହିଭଳି ଗଞ୍ଜାମ ବାସୀ ସ୍ବଳ୍ପ ସଞ୍ଚୟ ଦିଗରେ ଅଧିକ ସାମିଲ ହେବାକୁ କହିଥିଲେ । ଅଧିକ ଅପବ୍ୟୟକୁ ରୋକି ପ୍ରତ୍ୟେକ ପରିବାର ସ୍ବଳ୍ପ ସଞ୍ଚୟ ଦିଗରେ ଆକୃଷ୍ଟ ହେଲେ ସେମାନଙ୍କ ଜମା ପୁଞ୍ଜି ଆବଶ୍ୟକ ସ୍ଥଳେ ବିନିଯୋଗ ହୋଇ ପାରିବ ବୋଲି ମତ ପ୍ରକାଶ ପାଇଥିଲା ।
ଏହି କାର୍ଯ୍ୟକ୍ରମରେ କବି ସୂର୍ଯ୍ୟନଗରର ସ୍ବକୃତୀ ପ୍ରାପ୍ତ ପୋଷ୍ଟାଲ ଶ୍ରୀ ଅକ୍ଷୟ କୁମାର ଦାସ ସ୍ବଳ୍ପ ସଞ୍ଚୟ ବିଭାଗର ମାମାଲି ମୋନାଲିସା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here