ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା

0
229

ବୁଗୁଡ଼ା : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ଶ୍ରୀ ବଳଦେବ ଜୀଉ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୩ ତମ ବାର୍ଷିକ କ୍ରୀଡା ପିପୁଲ୍ସ ହାଇସ୍କୁଲ ମିନି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ଯକ୍ଷ ମନୋଜ କୁମାର ସ୍ବାଇଁ କ୍ରୀଡା ପତାକା ଉତ୍ତୋଳନ କରିବା ପରେ ଛାତ୍ରୀମାନେ ଶପଥ ଗ୍ରହଣ କରିଥିଲେ। ଏହାପରେ ଛାତ୍ରୀଙ୍କ ମଧ୍ୟରେ ଦୌଡ଼, ସଟପୁଟ୍ ଥ୍ରୋ, ଲମ୍ବା ଡିଆଁ, ସ୍କିପିଙ୍ଗ୍ ଓ ମ୍ୟୁଜିକାଲ ଚେୟାର ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀଙ୍କୁ ଚୟନ କରାଯାଇଥିଲା। ଉକ୍ତ ବାର୍ଷିକ କ୍ରୀଡା ପ୍ରତିଯୋଗିତାକୁ କ୍ରୀଡା ଶିକ୍ଷକ ସତ୍ଯଶ୍ରୀ କୁମାର ଜେନା, ବିଶ୍ବେଶ୍ବର ଗିରି ଓ ଗୋପାଳ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ। ଅଧ୍ଯାପକ ସନାତନ ବେହରୁକ୍, ବିଭୁତି ଭୂଷଣ ମିଶ୍ର , ଅନିଲ କୁମାର ପାଣିଗ୍ରାହୀ ଓ ଅଧ୍ଯାପିକା ନିରୁପମା ରାୟ ମହାପାତ୍ରଙ୍କ ସମେତ କଳ୍ପନା ପଣ୍ଡା, ସନ୍ତୋଷିନୀ ତ୍ରିପାଠୀ, ବିଷ୍ଣୁପ୍ରିୟା ମହାପାତ୍ର, ସନ୍ତୋଷ ଗୌଡ, ପବିତ୍ର ନାୟକ , ବସନ୍ତ ହୋତା, ରଞ୍ଜିତ ନାୟକ, ସରୋଜ ବେହେରା ପ୍ରମୁଖ ସହଯୋଗ କରିଥିଲେ ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here