ହାତୀଓଟରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ

0
307

ପୋଲସରା :ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ନୋଡ଼ାଲ୍ ହାଇ ସ୍କୁଲ ପରିସରର ଷ୍ଟାଡିୟମରେ ପୋଲସରା ବ୍ଲକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ ଡିସେମ୍ବର ୧୯ ତାରିଖ ଦିନ ମାନ୍ୟବର ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଦ୍ଵାରା ଉଦ୍ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକ୍ ଅଧ୍ୟକ୍ଷଙ୍କ ପ୍ରତିନିଧି ରାଜେନ୍ଦ୍ର କୁମାର ପ୍ରଧାନ, ବ୍ଲକ୍ ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡ଼ା, ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ବିଷୋୟୀ ଓ ଝୁନୁ ଦାସ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ପରିଡ଼ା, ବ୍ଲକ୍ ଶିକ୍ଷା ଅଧିକାରୀ କାଳୀ ଚରଣ ବେହେରା ଓ ସରପଞ୍ଚ ବୃନ୍ଦ ଅତିଥିଭାବେ ଯୋଗ ଦେଇଥିଲେ। ପ୍ରଧାନ ଶିକ୍ଷକ ଉମା ଶଙ୍କର ଦାଶ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ବୁଦ୍ଧନାଥ ବେହେରା, ଅଭିରାମ ବେହେରାଙ୍କ ସମେତ ବ୍ଲକର ସମସ୍ତ କ୍ରୀଡ଼ା ଶିକ୍ଷକ, ସିଆରସିସି, ଜନପ୍ରତିନିଧି ଓ ସମାଜସେବୀ ବୃନ୍ଦ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କ୍ରୀଡା ଉତ୍ସବରେ ବିଭିନ୍ନ ବିଦ୍ୟାଳୟରୁ ମୋଟ ୬୮୧ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ୧୪ବର୍ଷରୁ କମ୍ ବାଳକ ବର୍ଗରେ ୧୧୦ଜଣ, ବାଳିକା ବର୍ଗରେ ୬୧ଜଣ, ୧୭ବର୍ଷରୁ କମ୍ ବାଳକ ବର୍ଗରେ ୩୩୦ଜଣ ଓ ବାଳିକା ବର୍ଗରେ ୧୮୦ଜଣ ଭାଗ ନେଇଥିଲେ। ଏହି କ୍ରୀଡ଼ା ମହୋତ୍ସବରେ କବାଡ଼ି, ଖୋଖୋ, ଲମ୍ବା ଡ଼ିଆଁ, ଉଚ୍ଚ ଡ଼ିଆଁ, ଦୌଡ଼, ଜାଭଲିନ୍ ଥ୍ରୋ, ସଟପୁଟ୍, କ୍ରୀକେଟ୍ ଆଦି କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବୁଗୁଡ଼ାରେ ଅନୁଷ୍ଠିତ ହେବାକୁ ଥିବା ଜୋନାଲ ସ୍ତରୀୟ କ୍ରୀଡ଼ା ମହୋତ୍ସବକୁ ୧୨୦ ପ୍ରତିଯୋଗୀ ମନୋନୀତ ହୋଇଥିଲେ। ବିଦ୍ୟାଳୟର ଏନସିସି ଶିକ୍ଷକ ନିରାନନ୍ଦ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଏନସିସି ଶିକ୍ଷାର୍ଥୀ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଏଥିରେ ସହଯୋଗ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here