ବ୍ଳକ ସ୍ତରୀୟ କ୍ରୀଡା ମହୋତ୍ସବ ; ପ୍ରତିଭା ପ୍ରଦର୍ଶନ କଲେ ଛାତ୍ରଛାତ୍ରୀ

0
260

ଭଞ୍ଜନଗର : ଭଞ୍ଜନଗର ବ୍ଳକ ସ୍ତରୀୟ କ୍ରୀଡା ମହୋତ୍ସବ ବଡକୋଦଣ୍ଡା ଜବାହାର ଉଚ୍ଚ ବିଦ୍ୟାଳୟ ପରିସରରେ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି ା କାର୍ଯ୍ୟକ୍ରମ ଆରମ୍ଭରେ ଆନୁଷ୍ଠାନିକ ଭାବେ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏସ୍. ଧନଞ୍ଜୟ, ଜିଲ୍ଲା ପରିଷଦ ସଭ୍ୟା ଶୈଳବାଳା ବିଷୋୟୀ, ବ୍ଲକ ଅଧ୍ୟକ୍ଷ ନରିସଭା ନାୟକ, ବଡକୋଦଣ୍ଡା ସରପଞ୍ଚ ରେଶ୍ମା କୁମାରୀ ନାୟକ, ସଂଘଠକ ହୃଷିକେଶ ପ୍ରଧାନ, ସମିତି ସଭ୍ୟ ଜେ. ମନୋଜ କୁମାର ପୃଷ୍ଟି ପ୍ରମୁଖ ଉଦଘାଟନ କରିଥିଲେ ା ବ୍ଳକ୍ ର ବିଭିନ୍ନ ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରୁ ପଞ୍ଚାୟତ ସ୍ତରରେ କବାଡି,ଖୋଖୋ, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ବିଭିନ୍ନ ବର୍ଗର ଦୌଡ, ସଟପୁଟ, ଡିସକସ୍ ଥ୍ରୋ ଭଳି କ୍ରୀଡାରେ କୃତୀତ୍ବ ହାସଲ କରିଥିବା ଶତାଧିକ ଛାତ୍ର ଛାତ୍ରୀ ସେମାନଙ୍କ କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରି ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ନିମିତ୍ତ ଯୋଗ୍ୟ ବିବେଚିତ ହୋଇଥିଲେ ା ବଡକୋଦଣ୍ଡା ଜବାହାର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ ଜେନା, ଏବିଇଓ ନେତାଜୀ ବିଷୋୟୀ, ଶଙ୍କର୍ଷଣ ତ୍ରିପାଠୀ, ବି.ଆର୍.ସି.ସି ସୂର୍ଯ୍ୟ ନାୟକ ଙ୍କ ସମେତ ସମସ୍ତ ପି.ଇ.ଟି ଶିକ୍ଷକ ଶିକ୍ଷୟିତ୍ରୀ, ସି.ଆର୍.ସି.ସି ବୃନ୍ଦ ଏବଂ ବଡକୋଦଣ୍ଡା ଗ୍ରାମର କ୍ରୀଡା ପ୍ରେମୀ ଯୁବକଗଣ ତଥା ଗାଇଡ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏହି କାଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଉଦଯାପନୀ ଉତ୍ସବରେ ଭଞ୍ଜନଗର ବି.ଡି.ଓ ଶଶି ଭୂଷଣ ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କୃତୀ ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ ା ଶେଷ ରେ ସି.ଆର୍.ସି.ସି ମୋହନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ା

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here