ଜ୍ୟୋତିର୍ଵିଦ୍ ନରସିଂହ ଶତପଥୀଙ୍କ ପରଲୋକରେ ଶୋକ ପ୍ରକାଶ

0
231

କୁକୁଡ଼ାଖଣ୍ଡି:ଓଡ଼ିଶାର ପ୍ରତିଷ୍ଠିତ ଜ୍ୟୋତିଷ ଵିଶାରଦ,ଗଣନାକାର,କର୍ମକାଣ୍ଡ ଵିଶାରଦ ତଥା ରାଧାରମଣ ପ୍ରେସ୍ ପାଞ୍ଜିକାର ଶ୍ରୀ ନରସିଂହ ଶତପଥୀଙ୍କ ପ୍ରାୟ ୮୨ ଵର୍ଷ ଵୟସରେ ଦେହାନ୍ତ ହୋଇଯାଇଛି ।ଗୁରୁବାର ବ୍ରହ୍ମପୁର ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।ସେ ଦୀର୍ଘ ୬୫ ବର୍ଷ ଧରି ସିଦ୍ଧାନ୍ତ ଦର୍ପଣକୁ ଆଧାର କରି ରାଧାରମଣ ପ୍ରେସ୍ ପଞ୍ଜିକା ମୁଦ୍ରଣ କରି ଗଵେଷଣା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲେ ।ଗଞ୍ଜାମ ଜିଲ୍ଲାର ଖଟିଆ ରାମଚନ୍ଦ୍ର ଶାସନରେ ୧୯୪୦ ମସିହାରେ ଯୋଗଜନ୍ମା ପଣ୍ଡିତ ରାଜୀବ ଶତପଥୀ ଓ ମାତା ତିଳୋତ୍ତମା ଦେଵୀଙ୍କ ଔରସରୁ ଜନ୍ମ ଗ୍ରହଣ କରିଥିଲେ ।ତେବେ ଶ୍ରୀ ଶତପଥୀଙ୍କ ମୃତ୍ୟୁ ପରେ କୁକୁଡାଖଣ୍ଡିର ପଣ୍ଡିତ ଵିଭୁନନ୍ଦନ ପଣ୍ଡା,ପୁରୋହିତ ଲକ୍ଷ୍ମୀ ଚରଣ ପଣ୍ଡା,ବରିଷ୍ଠ ଆଇନଜୀବୀ ଡି.ଶଙ୍କର ରାଓ ଆଚାରୀ,ନାଇଡୁ ଦିବାକର,ପି. ଦେଵରାଜ ସତ୍ୟନାରାୟଣ ସାହୁ,ଏ.ଗଙ୍ଗାଧର ପ୍ରମୁଖ ତାଙ୍କ ଵିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here