ମାଣିତରାରେ ଚକ୍ଷୁ ଚିକିତ୍ସା ଓ ମଧୁମେହ ଚିକିତ୍ସା ଶିବିର

0
223

ବୁଗୁଡା : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ବ୍ଲକର କରୁଣା ଟ୍ରଷ୍ଟ ପରିଚାଳିତ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିସରରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଓ ଡାଇବେଟିସ ଚିକିତ୍ସା ଶିବିର ଡିସେମ୍ବର ୬ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁରର ଏଲ.ଭି.ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ଓ ଏସ.କେ.ପି. ମେଡ଼ିକାଲସ ଏବଂ କରୁଣା ଟ୍ରଷ୍ଟ ଓ ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ଏହି ମାଗଣା ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା। ଡାଇବେଟିସ ଚିକିତ୍ସା ପାଇଁ ବ୍ରହ୍ମପୁର ଏମ.କେ.ସି.ଜି.ମେଡ଼ିକାଲ କଲେଜ ହସ୍ପିଟାଲର ଡାକ୍ତର ଜିତେନ୍ଦ୍ର କୁମାର ପାଣିଗ୍ରାହୀଙ୍କ ସମେତ ପି.ପ୍ରବୀଣ କୁମାର ପାତ୍ର ଓ ବଳରାମ ମହାରଣା ଏବଂ ଚକ୍ଷୁ ଚିକିତ୍ସା ପାଇଁ ବ୍ରହ୍ମପୁର ଏଲ.ଭି. ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ସଂଯୋଜକ ଗୋପାଳ କୃଷ୍ଣ ବେହେରା, ଇ.ସନ୍ତୋଷ, ଏମ.ହରିଶ କୁମାର, ଅପଟୋମେଟ୍ରିଷ୍ଟ ସ୍ମିତାଞ୍ଜଳି ସାମଲ ଓ ରଞ୍ଜିତ କୁମାର ଯୋଗଦେଇଥିଲେ। ମାଣିତରା ସ୍ୱାସ୍ତ୍ୟ ଓ ଆରୋଗ୍ୟ କେନ୍ଦ୍ରର ଡାକ୍ତର ଦୟାନିଧି ରାଉତ, ଡାକ୍ତର ଦୁର୍ଗା ପ୍ରସାଦ ବିଶ୍ବାଳଙ୍କ ତତ୍ତ୍ୱାବଧାନରେ ଟେକିନସିଆନ କାଳୀ ପ୍ରସାଦ ସାହୁ ରକ୍ତ ନମୁନା ପରୀକ୍ଷା କରିଥିଲେ। ୧୫୨ ଜଣ ରୋଗୀଙ୍କ ନାମ ପଞ୍ଜିକରଣ ହୋଇଥିବାବେଳେ ୪୨ ଜଣ ରୋଗୀଙ୍କ ଡାଇବେଟିସ ଚିହ୍ନଟ ହୋଇଥିବା ବେଳେ ୨୭ ଜଣ ଚକ୍ଷୁ ଅସ୍ତ୍ରୋପଚାର ପାଇଁ ଚିହ୍ନଟ ହୋଇଥିଲେ। ଅନ୍ୟମାନଙ୍କ ଚକ୍ଷୁ ପରୀକ୍ଷା ପରେ ଚଷମା ଓ ଅନ୍ୟାନ୍ୟ ଅସୁବିଧା ପାଇଁ ରେଫର କରିଥିଲେ। ଚିହ୍ନଟଙ୍କ ମଧ୍ୟରୁ ୧୮ ଜଣ ବ୍ରହ୍ମପୁର ଏଲ.ଭି. ପ୍ରସାଦ ଚକ୍ଷୁ ହସପିଟାଲକୁ ଅସ୍ତ୍ରୋପଚାର ପାଇଁ ଯାଇଥିବା ବେଳେ ଅବଶିଷ୍ଟ ୯ ଜଣ ରୋଗୀଙ୍କ ରକ୍ତଚାପ ଅଧିକ ଥିବା ଯୋଗୁଁ ଔଷଧ ଖାଇବା ପରେ ଚାରିଦିନ ପରେ ଅସ୍ତ୍ରୋପଚାର ପାଇଁ ଯିବାକୁ ପରାମର୍ଶ ଦେଇଥିଲେ। ଧରଣୀଧର ପଣ୍ଡାଙ୍କ ସହଯୋଗ ଏବଂ ମାଣିତରା ଗ୍ରାମବାସୀଙ୍କ ପକ୍ଷରୁ ସ୍ୱେଚ୍ଛାସେବୀ ଅଭିଳାଷ ମହାରଣା, ସ୍ୱରୂପ ସୁମନ ମହାରଣା, ଦୀପକ କୁମାର ଗୌଡ଼, ଆଲୋକ କୁମାର ସାମଲ, ଏସ.ଯୋଗେନ୍ଦ୍ରନାଥ ଚୌଧୁରୀ ଓ ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟଙ୍କ ନେତୃତ୍ୱରେ ଯୁବ ରେଡକ୍ରସ ସ୍ୱେଚ୍ଛାସେବୀ ବୃନ୍ଦଙ୍କ ସମେତ ମେଡ଼ିକାଲ କର୍ମଚାରୀ ବୃନ୍ଦ ପରିଚାଳନାରେ ଅଂଶ ଗ୍ରହଣ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here