ଡିସେମ୍ବର ୨୪ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋପାଳପୁର ବେଳଭୂମିରେ ଆୟୋଜିତ ହେବ ପଲ୍ଲିଶ୍ରୀ ମେଳା ଏବଂ ବେଳାଭୂମି ମହୋତ୍ସବ

0
203

ଛତ୍ରପୁର : ଚଳିତ ମାସ ୨୪ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋପାଳପୁର ଠାରେ ଆୟୋଜିତ ହେବ ପଲ୍ଲିଶ୍ରୀ ମେଳା ଏବଂ ବେଳା ଭୂମି ମହେତ୍ସବ -୨୦୨୨ । ଏଥି ସକାଶେ ଜିଲ୍ଲା ପ୍ରଶାସନ ଦ୍ବାରା ସମସ୍ତ ପ୍ରସ୍ତୁତି ଆରମ୍ଭ କରାଯାଇଅଛି । ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବ କିଭଳି ଜନ ସାଧାରଣଙ୍କ ନିମନ୍ତେ ଆକୃଷ୍ଟ ହେବ ସେଥି ସକାଶେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଅଧିକ ଗୁରୁତ୍ବ ଆରୋପ କରିଛନ୍ତି । ଚଳିତ ମାସ ୨୩ ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ପଲ୍ଲିଶ୍ରୀ ମେଳା ଆୟୋଜିତ ହେବ । ୨୦୦ ଗୋଟି ଷ୍ଟଲ୍ ରେ ସ୍ବୟଂ ସହାୟକ ଗୋଷ୍ଠୀ, କଳାକାର ମାନଙ୍କର ସାମଗ୍ରୀ ପ୍ରଦର୍ଶୀତ ହେବା ସହିତ ବିକ୍ରିବଟା କରିପାରିବେ । ସ୍ଥାନୀୟ କଳାକାରଗଣ ଯେଭଳି ଅଧିକ ସଂଖ୍ୟାରେ ସେମାନଙ୍କ ନୃତ୍ୟ ପ୍ରଦର୍ଶନ କରିବେ ସେଥି ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଅଛି । ଯେଉଁ ଅନୁଷ୍ଠାନ ଗୁଡିକ ଗୋପାଳପୁର ବେଳାଭୂମି ମହୋତ୍ସବ, ଛତ୍ରପୁର ପଲ୍ଲିଶ୍ରୀ ମେଳା ଏବଂ ବେରହ୍ମପୁର ପଲ୍ଲିଶ୍ରୀ ମେଳାରେ ଦଳୀୟ ନୃତ୍ୟ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ଇଚ୍ଛକ ସେମାନେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ଠାରେ ଆବେଦନ କରିପାରିବେ । ଦଳଗତ ନୃତ୍ୟ ପରିବେଷଣ ସକାଶେ ଜିଲ୍ଲା ସଂସ୍କୃତି ଅଧିକାରୀ, ଗଞ୍ଜାମ ଙ୍କୁ ଆବେଦନ କରି ନିଜର ଆବେଦନ ପତ୍ର ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଛତ୍ରପୁର କିମ୍ବା ବ୍ରହ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ଠାରେ ଚଳିତ ମାସ ୧୧ ଡିସେମ୍ବର ୨୦୨୨ ସୁଦ୍ଧା ନିଜର ଆବେଦନ ପତ୍ର ଯୋଗାଯୋଗ ନମ୍ବର ସହିତ ଆବେଦନ କରିପାରିବେ । ଡିସେମ୍ବର ୧୨ ତାରିଖ ଏବଂ ୧୩ ତାରିଖ ଏହି ଦୁଇ ଦିନ ସଂସ୍କୃତି ଭବନ ବ୍ରହ୍ମପୁର ଠାରେ ଚୟନ କରାଯିବା ନିମନ୍ତେ ସ୍ଥିର କରାଯାଇ ଅଛି । ସେହି ଚୟନ କାର୍ଯ୍ୟକ୍ରମରେ ସାମିଲ ହୋଇ ଚୟନ ହୋଇଥିବା ସ୍ଥାନୀୟ କଳାକାର ଗୋଷ୍ଠୀଙ୍କୁ ବେଳା ଭୂମି ମହୋତ୍ସବ ଏବଂ ପଲ୍ଲିଶ୍ରୀ ମେଳା ମହୋତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ପରିବେଷଣ କରିବା ନିମନ୍ତେ ସୁଯୋଗ ପ୍ରଦାନ କରାଯିବ । ଚଳିତ ବର୍ଷ ଗୋପାଳପୁର ବେଳାଭୂମି ମହୋତ୍ସବ ସକାଶେ ଏକ ସ୍ମରଣୀକା ‘ଶାମୁକା ‘ ପ୍ରକାଶିତ ହେବ । ଏହି ସ୍ମରଣୀକା ସକାଶେ ବିଶିଷ୍ଟ ଲେଖକ ମାନଙ୍କ ଠାରୁ ଗଞ୍ଜାମ ଜିଲ୍ଲା ସମ୍ପର୍କିତ କଳା ସଂସ୍କୃତି, ପରମ୍ପରା, ପର୍ଯ୍ୟଟନ ଜଡିତ ଗବେଷଣାତ୍ମକ ଲେଖା ଗୁଡିକ ପ୍ରକାଶିତ ହେବ । ଏଥି ନିମନ୍ତେ ଇଛୁକ ଥିବା ଲେଖକଗଣ ସେମାନଙ୍କ ଓଡିଆ କିମ୍ବା ଇଂରାଜୀ ପ୍ରବନ୍ଧ ଲେଖା ଚଳିତ ମାସ ୨୦ ତାରିଖ ସୁଦ୍ଧା ସେମାନଙ୍କ ଲେଖା ଗୁଡିକ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗଞ୍ଜାମ ଙ୍କୁ ପଠାଇବା ସକାଶେ ଅନୁରୋଧ କରାଯାଉଛି । ଲେଖା ଗୁଡିକ ଶ୍ରୀଲିପିରେ ଟାଇପ୍ କରି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ଇ-ମେଲ ganjamdipro@gmail.com ଙ୍କୁ ସଫ୍ଟ କପି ପ୍ରେରଣ କରିବା ସହିତ ହାର୍ଡ କପି ମଧ୍ୟ ଦାଖଲ କରିବାକୁ ଅନୁରୋଧ କରାଯାଉଛି । ପଠାଇ ଥିବା ସଂପୃକ୍ର ଲେଖା ଗୁଡିକ ସମ୍ପର୍କିତ କିଛି ଫଟୋଚିତ୍ର ଯଦି ଥାଏ ତେବେ ସେଗୁଡିକୁ ମଧ୍ୟ ଉପରେ ଦର୍ଶାଯାଇଥିବା ଇ-ମେଲ୍ ଠିକଣାରେ ପ୍ରେରଣ କରିବାକୁ ଅନୁରୋଧ କରାଯାଉଛି । ଲେଖା ପ୍ରରଣ କରିଥିବା ବ୍ୟକ୍ତି ବିଶେଷ ସେମାନଙ୍କ ଶିକଣା ଏବଂ ଯୋଗାଯୋଗ ନମ୍ବର ମଧ୍ୟ ଉକ୍ତ ଲେଖା ପରିଶେଷରେ ଦର୍ଶାଇବାକୁ ଅନୁରୋଧ କରାଯାଉଅଛି । ଲେଖା ଗୁଡିକ ସମ୍ପାଦକ ମଣ୍ଡଳୀଙ୍କ ଦ୍ବାରା ଚୟନ ହେବା ପରେ ଉକ୍ତ ଲେଖା ଗୁଡିକୁ ବା ପ୍ରବନ୍ଧ ଗୁଡିକୁ ପ୍ରକାଶମ କରାଯିବ ।

LEAVE A REPLY

Please enter your comment!
Please enter your name here