ମୃତ୍ୟୁ ବରଣ କରିଥିବା ଦୁଇ ପରିବାରକୁ ସମବେଦନା ଜଣାଇଲେ ଶ୍ରମ ମନ୍ତ୍ରୀ

0
233

ପୋଲସରା : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକର ମନ୍ଦାର ଗ୍ରାମର ସତ୍ୟବାନ ସ୍ବାଇଁ (୨୬) ଓ ଗୋଛାବାଡି ପଞ୍ଚାୟତର ଜୋକବନ୍ଧ ଗ୍ରାମର ସମାଜସେବୀ ଡାକ୍ତର ପାଣିଗ୍ରାହୀ ଆକସ୍ମିକ ମୃତ୍ୟୁ ବରଣ କରିଥିଲେ। ନିଜ ନିର୍ବାଚନ ମଣ୍ଡଳୀର ଦୁଇ ଜଣଙ୍କ ଆକସ୍ମିକ ମୃତ୍ୟୁ ଖବର ଶୁଣିବା ପରେ ଓଡିଶା ସରକାରଙ୍କ ମାନ୍ୟବର ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଦୁଇ ଗ୍ରାମକୁ ଡିସେମ୍ବର ୪ ତାରିଖ ଦିନ ଯାଇ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ। ଶ୍ରମ ମନ୍ତ୍ରୀ ଶ୍ରୀ ସାହୁଙ୍କ ସହ ସ୍ଥାନୀୟ ଲୋକ ପ୍ରତିନିଧି ବୃନ୍ଦଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here