ଦୁଇ ପଞ୍ଚାୟତରେ ହିତାଧିକାରୀଙ୍କୁ ଭତ୍ତା ସହ ଶୀତ ବସ୍ତ୍ର ପ୍ରଦାନ

0
300

ପୋଲସରା : ପୋଲସରା ବ୍ଳକ ଅନ୍ତର୍ଗତ ନିମିନା ଓ ଜାଗିଲି ଡେଙ୍ଗାପଦର ଗ୍ରାମପଞ୍ଚାୟତରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବୃଦ୍ଧ,ବୃଦ୍ଧା, ଭିନ୍ନକ୍ଷମ ଓ ବିଧଭା ଭତ୍ତା ପାଉଥିବା ହିତାଧିକାରୀଙ୍କୁ ଭତ୍ତାସହ ଶୀତ ବସ୍ତ୍ର ବଣ୍ଟନ ହୋଇଥିବା ଜଣାପଡିଛି। ଡିସେମ୍ବର ୧ ତାରିଖ ଦିନ ନିମିନା ପଞ୍ଚାୟତରେ ୧୫୦ ଜଣ ହିତାଧିକାରୀଙ୍କୁ ଭତ୍ତାସହ ଶୀତ ବସ୍ତ୍ର ବଣ୍ଟନ କରାଯାଇଥିଲା। ପିଇଓ ପ୍ରଣୟ କୁମାର ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ସରପଞ୍ଚ ମାମା ସାହୁ ଭତ୍ତା ଓ ଶୀତ ବସ୍ତ୍ର ବଣ୍ଟନ କରିଥିଲେ। ସମିତି ସଭ୍ୟାଙ୍କ ପ୍ରତିନିଧି ନୀଳମଣି ସାହୁ, ଜିଆରଏସ ସୁଲତା ସାହୁ ଓ ୱାର୍ଡ ମେମ୍ବର ବୃନ୍ଦ ଉପସ୍ଥିତ ଥିଲେ। ସେହିପରି ଡିସେମ୍ବର ୦୩ ତାରିଖ ଦିନ ଜାଗିଲି ଡେଙ୍ଗାପଦର ପଞ୍ଚାୟତରେ ୪୮୦ ଜଣ ବୃଦ୍ଧ, ବୃଦ୍ଧା, ଭିନ୍ନକ୍ଷମ ଓ ବିଧବା ହିତାଧିକାରୀଙ୍କୁ ଭତ୍ତାସହ ଶୀତ ବସ୍ତ୍ର ପ୍ରଦାନ କରାଯାଇଥିଲା। ପିଇଓ ଗୌରାଙ୍ଗ ଦଳାଇଙ୍କ ତତ୍ତ୍ୱାବଧାନରେ ଜାଗିଲି ଡେଙ୍ଗାପଦର ପଞ୍ଚାୟତର ସରପଞ୍ଚ ପୀତାମ୍ବର ବେହେରା ହିତାଧିକାରୀ ବୃନ୍ଦଙ୍କୁ ବାର୍ଦ୍ଧକ୍ୟ ଭତ୍ତା ସହ ଶୀତ ବସ୍ତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମିତିସଭ୍ଯାଙ୍କ ପ୍ରତିନିଧି ନିଳାଞ୍ଚଳ ବେହେରା, ପୂର୍ବତନ ସରପଞ୍ଚ ସୁକାନ୍ତ ଭୂୟାଁ, ଯୋଗାଣ ସହାୟକ ଅମରନାଥ ଜେନା, ହିମାଂଶୁ ବେହେରାଙ୍କ ସମେତ ୱାର୍ଡ ମେମ୍ବର ବୃନ୍ଦ ଉପସ୍ଥିତ ଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here