କେ.ସି.ପି. ବିଦ୍ୟାପୀଠରେ ବିଶ୍ୱ ଏଡ୍ସ ଦିବସ ପାଳିତ

0
208

ପୋଲସରା : ପୋଲସରା ବ୍ଲକ ଅନ୍ତର୍ଗତ କଣଛାଇ କେ.ସି.ପି. ବିଦ୍ୟାପୀଠରେ ବିଶ୍ୱ ଏଡ୍ସ ଦିବସ ପାଳନ ହୋଇଯାଇଛି। ପ୍ରଥମେ ଶିକ୍ଷକ ବୃନ୍ଦଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀ ବୃନ୍ଦ ବିଭିନ୍ନ ପ୍ଲାକ କାର୍ଡ ଧରି ସ୍ଲୋଗାନ ନେଇ ଏଡ୍ସ ରୋଗର ଭୟାବହ ବିଷୟରେ ଏକ ଜନସଚେତନତା ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ। ଏହାପରେ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ଅଶୋକ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ସମେତ ବିଦ୍ୟାଳୟର ସହକାରୀ ଶିକ୍ଷକ/ଶିକ୍ଷୟିତ୍ରୀ ଅଶୋକ କୁମାର ଦାଶ, ଦେବୀ ପ୍ରସାଦ ମିଶ୍ର, ହିମାଂଶୁ ଶେଖର ପଟ୍ଟନାୟକ, ବିଧୁ ଭୂଷଣ ଖଡଙ୍ଗା, ଭାରତୀ ହୋତା, ଏସ.ଅଶୋକ ରାଓ ଦୋରା, ଓ କବିରାଜ ସାହୁ ପ୍ରମୁଖ ନିଜ ବକ୍ତବ୍ୟରେ ଏଡ୍ସ ରୋଗର କାରଣ ଓ ନିରାକରଣ ବିଷୟରେ ଛାତ୍ରଛାତ୍ରୀ ବୃନ୍ଦଙ୍କୁ ବୁଝାଇଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here