ଆନ୍ତଃ ମହାବିଦ୍ୟାଳୟ ମହିଳା କବାଡି ଟୁର୍ଣ୍ଣାମେଣ୍ଟ ,ବୁଗୁଡା ପିପୁଲସ କଲେଜ ଚମ୍ପିୟାନ

0
237

ବୁଗୁଡା :ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ବାଲିପଦର ଆଞ୍ଚଳିକ ଡିଗ୍ରୀ କଲେଜ ଆନୁକୂଲ୍ୟରେ ଡିସେମ୍ବର ୧ ଓ ୨ ତାରିଖ ଦୁଇଦିନ ଧରି ଚାଲିଥିବା ଆନ୍ତଃ ମହାବିଦ୍ୟାଳୟ ମହିଳା କବାଡି ଟୁର୍ଣ୍ଣାମେଣ୍ଟରେ ବୁଗୁଡା ପିପୁଲସ କଲେଜ ଚମ୍ପିୟାନ ହିଇଥିବା ବେଳେ ଦିଗପହଣ୍ଡି ଖେମୁଣ୍ଡି କଲେଜ ରନର୍ସ ହୋଇଥିବା ଜଣାପଡିଛି। ଅତିଥିଭାବେ ବୁଗୁଡା ପୋଲିସ ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା, ଆଡ଼ିସିନାଲ ଆଇଆଇସି ଶର୍ମିଷ୍ଠା ପ୍ରଧାନ, ବାଲିପଦର ଆଉଟ ପୋଷ୍ଟ ଓଆଇସି ସମୀର କୁମାର ବେହେରା, ପୂର୍ବତନ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ, ବାଲିପଦର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ବି. ପ୍ରକାଶ ଚନ୍ଦ୍ର ପାତ୍ର, ସମାଜସେବୀ କେ.ନୀଳମାଧବ ଆଚାରୀ ଓ ଖାଲି ପରିଡା ପ୍ରମୁଖ ଯୋଗ ଦେଇଥିଲେ। ଆଞ୍ଚଳିକ ଡିଗ୍ରୀ କଲେଜ ପ୍ରିନ୍ସପାଲ ଡ଼ଃ ବିବେକାନନ୍ଦ ପଟ୍ଟନାୟକ ଉଦଘାଟନୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଡିସେମ୍ବର ୨ ତାରିଖ ଦିନ ଅନୁଷ୍ଠିତ ଫାଇନାଲ ମ୍ୟାଚ ପିପୁଲସ କଲେଜ ମହିଳା କବାଡି ଟିମ ଓ ଦିଗପହଣ୍ଡି ଖେମୁଣ୍ଡି କଲେଜ ମହିଳା କବାଡି ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଫାଇନାଲ ଖେଳରେ ବୁଗୁଡା ପିପୁଲସ କଲେଜ ଟିମ ବିଜୟୀ ହୋଇ ମୁଖ୍ୟ ଅତିଥି ବୁଗୁଡା ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନଙ୍କ ଠାରୁ ଚମ୍ପିୟାନ ଟ୍ରଫି ଗ୍ରହଣ କରିଥିବା ବେଳେ ଖେମୁଣ୍ଡି କଲେଜ ଟିମ ରନର୍ସ ସିଲଡ଼ ଗ୍ରହଣ କରିଥିଲେ। ଉଦଯାପନି ଦିବସରେ ଅତିଥିଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରତିନିଧି ଭାବେ କାମେଶ୍ବର ରାଓ ଓ ରବି ମିଶ୍ର, ବାଲିପଦର ସରପଞ୍ଚ ରାଜଲକ୍ଷ୍ମୀ ପ୍ରଧାନ, ଡିଗ୍ରୀ କଲେଜ ଅଧ୍ୟକ୍ଷ ଡ଼ଃ ଶ୍ରୀ ପଟ୍ଟନାୟକ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ଶ୍ରୀ ପାତ୍ର, ପିପୁଲସ କଲେଜ କ୍ରୀଡା ଅଧ୍ୟାପକ କ୍ରିଷ୍ଣା ରାଓ ପାତ୍ର, ଡ଼ଃ ଏ. ଜିତେଶ ରାଓ ଦୋରା, ମିନତୀ ଆଚାରୀ, ବାଲିପଦର କ୍ରୀଡା ଅଧ୍ୟାପକ ଭଞ୍ଜ କିଶୋର ଗୌଡ଼ ଓ ନବଘନ ପ୍ରଧାନ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here