ଏମ୍.ଏ.ଭି ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ

0
220

ବ୍ରହ୍ମପୁର:ବ୍ରହ୍ମପୁର ସ୍ଥାନୀୟ ହିଲ୍ ପାଟଣା ସ୍ଥିତ ଏମ୍ ଏ ଭି ବିଦ୍ୟାଳୟରେ ଗତ ୨୯/୧୧/୨୨ ଠାରୁ ୦୧/୧୨/୨୨ ମଧ୍ୟରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଦୌଡ଼, ବେଙ୍ଗ ଡିୟା,ବାଲାନ୍ସ ରେସ୍ ଇତ୍ୟାଦି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ।ଗୁରୁବାର ଦିନ ଅପରାହ୍ନରେ ପୁରସ୍କାର ବିତରଣ ଉତ୍ସବ ପାଳନ କରାଯାଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।ଏଥିରେ ବିଦ୍ୟାଳୟର ପରିଚାଳନା କମିଟି ସମ୍ପାଦକ କୁମୁଦ ଚନ୍ଦ୍ର ପାଢ଼ୀ, ବିଦ୍ୟାଳୟ ଅଧ୍ୟକ୍ଷ ଦ୍ୱାରିକା ନାଥ ପଣ୍ଡା ଉପସ୍ଥିତ ରହି କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।ବିଦ୍ୟାଳୟର କ୍ରୀଡା ଶିକ୍ଷକ ସୁରେଶ ଚନ୍ଦ୍ର ପାଢୀ, ବରିଷ୍ଠ ଶିକ୍ଷକ ଦିବ୍ୟସିଂହ ପଟ୍ଟନାୟକ,ଜିତେନ୍ଦ୍ର କୁମାର ଦାସ, ଶିକ୍ଷୟିତ୍ରୀ ପ୍ରଗତି ପଟ୍ଟନାୟକ ଓ ଆଦିତି ପଟ୍ଟନାୟକଙ୍କ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିବା ସହ କାର୍ଯ୍ୟକ୍ରମକୁ ସୁଚାରୁ ରୁପେ ପରିଚାଳନା କରିଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here