ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ୱ ଏଡ୍ସ ଦିବସ ପାଳନ

0
195

ବୁଗୁଡା : ଗଞ୍ଜାମ ଜିଲ୍ଲାର ଅନ୍ତର୍ଗତ ବୁଗୁଡା ବ୍ଲକର ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଡିସେମ୍ବର ୦୧ ତାରିଖ ଦିନ ବିଶ୍ୱ ଏଡ୍ସ ଦିବସ ପାଳନ ହୋଇଯାଇଛି। ୧୯୮୮ ମସିହା ଠାରୁ ପ୍ରତିବର୍ଷ ବିଶ୍ୱ ସ୍ତରରେ ଡିସେମ୍ବର ୧ ତାରିଖକୁ ଏଡ୍ସ ଦିବସ ଭାବରେ ପାଳନ ହୋଇଆସୁଅଛି। ୨୦୦୫ ମସିହାରେ ବିଶ୍ବରେ ପ୍ରାୟ ଦୁଇ କୋଟି ଲୋକଙ୍କ ଜୀବନ ଏଡ୍ସ ଦ୍ୱରା ଯାଇଥିବା ଜଣାପଡିଛି। ବିଶ୍ବରେ ଦକ୍ଷିଣ ଆଫ୍ରିକାରେ ସର୍ବାଧିକ ସଂକ୍ରମିତ ଥିବାବେଳେ ଆମ ରାଜ୍ୟରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଏଡ୍ସ ରୋଗୀ ଅଛନ୍ତି। ଏହି ମହାମାରୀ ଅସୁରକ୍ଷିତ ଯୌନ ସମ୍ପର୍କ ଯୋଗୁଁ ସଂକ୍ରମିତ ହେଉଥିବା କାରଣରୁ ସେଥିପ୍ରତି ସତର୍କତା ଅବଲମ୍ବନ ରହିବ ଦରକାର ବୋଲି ଅତିଥି ବୃନ୍ଦ ପ୍ରକାଶ କରିଥିଲେ। ବିଶ୍ୱ ଏଡ୍ସ ଦିବସ ଉପଲକ୍ଷେ ଅନୁଷ୍ଠିତ ସଚେତନତା ସଭାରେ ଶିକ୍ଷାନୁଷ୍ଠାନର ପ୍ରିନ୍ସପାଲ ଅନୁପ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ଯୁବ ରେଡକ୍ରସ ଉପଦେଷ୍ଟା ତଥା ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟ ସ୍ୱାଗତ ଭାଷଣ ସହ ସଂଯୋଜନା କରିଥିଲେ। ମୁଖ୍ୟ ଅତିଥି ଭାବେ ମାଣିତରା ମେଡ଼ିକାଲ ଅଫିସର ଡାକ୍ତର ଦୟାନୀଧି ରାଉତ, ମୁଖ୍ୟ ବକ୍ତାଭାବେ ଡାକ୍ତର ଦୁର୍ଗା ପ୍ରସାଦ ବିଶ୍ୱାଳ, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ଅନିଲ କୁମାର ମହାରଣା, ଅଧ୍ୟାପକ ସନ୍ତୋଷ କୁମାର ଗୌଡ଼, ଶଙ୍କର ଆଶିଷ ପାତ୍ର ଓ ମନୋରଞ୍ଜନ ମୁଦୁଲି ଯୋଗ ଦେଇଥିଲେ। ବିଶ୍ୱ ଏଡ୍ସ ଦିବସ ଉପଲକ୍ଷେ ଆୟୋଜିତ ପ୍ରୟିଯୋଗୀତାରେ କୃତ୍ତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ବୃନ୍ଦ ସିଲଡ଼ ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଶିକ୍ଷାନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here