ଜଳଯୋଗାଣ ବିଭାଗର ଅସ୍ଥାୟୀ କର୍ମଚାରୀଙ୍କ ଶୋଭାଯାତ୍ରା ଓ ସ୍ମାରକ ପତ୍ର ପ୍ରଦାନ

0
218

ବ୍ରହ୍ମପୁର:ଜଳଯୋଗାଣ ବିଭାଗ ତଥା ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଓଡ଼ିଶାର ୪ କୋଟିରୁ ଉର୍ଦ୍ଧ୍ବ ଜନସାଧାରଣଙ୍କୁ ଦିବା ରାତ୍ର ପାନୀୟ ଜଳ ଯୋଗାଣ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଦୀର୍ଘ ୧୯୯୩ ମସିହା ଠାରୁ ଅସ୍ଥାୟୀ ଭାବେ କାର୍ଯ୍ୟ କରିଆସୁଛନ୍ତି ।ପ୍ରକାଶଥାଉକି, ଓଡିଶା ସରକାର ଗତ କିଛି ଦିନ ତଳେ ରାଜ୍ୟରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ କର୍ମଚାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିଥିବାରୁ ସଂଘ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରୁଛୁ କିନ୍ତୁ ସହସ୍ରାଧିକ କର୍ମଚାରୀ ୧୯୯୩ ମସିହାଠାରୁ ଅସ୍ଥାୟୀ ଭାବେ କାର୍ଯ୍ୟକରୁଥିବା କର୍ମଚାରୀଙ୍କ ପ୍ରତି ଅଣଦେଖା କରାଯାଇଥିବାରୁ ରାଜ୍ୟ ସଂଘର ନିଷ୍ଠଭି କ୍ରମେ ବ୍ରହ୍ମପୁର ଠାରେ ଏକ ଶୋଭାଯାତ୍ରା କରାଯାଇ ସମ୍ମାନୀୟ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କୁ ଓଡିଶାର ଲୋକପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଦିଆଗଲା । ଏହି ଅବସରରେ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ମନୋଜ କୁମାର ମହାନ୍ତି,କାର୍ଯ୍ୟକାରୀ ସଭାପତି କବିରାଜ ସାହୁ,ଉପସଭାପତି ଟୁନା ଚନ୍ଦ୍ର ପଣ୍ଡା, ଯୁଗ୍ମସଂପାଦକ ନଗେନ କୁମାର ପାଢ଼ୀ,ବ୍ରହ୍ମପୁର ଡ଼ିଭିଜନ ସଂପାଦକ ଅଶୋକ କୁମାର ଜେନା,ଶାଖା ସମ୍ପାଦକ ଅରକ୍ଷିତ ପ୍ରଧାନ, ଓ କୋଷାଧକ୍ଷ ଚନ୍ଦ୍ର ମାଧବ ମାଝିଙ୍କ ସମେତ ପ୍ରଦୀପ କୁମାର ସିଂ, ବି.ହରିକୃଷ୍ଣ ପାତ୍ର, ଜଗନ୍ନାଥ ପାତ୍ର, ଏସ୍.ସନ୍ତୋଷ କୁମାର ସ୍ବାମୀଙ୍କ ସମେତ ଶତାଧିକ କର୍ମଚାରୀ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ।ଶେଷରେ କାର୍ଯ୍ୟାଳୟ ସଂପାଦକ ବାଳକୃଷ୍ଣ ଚୌଧୁରୀ ଉପସ୍ଥିତ ସମସ୍ତ କର୍ମଚାରୀ ଓ କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ତେବେ ଆଗାମୀ ଡ଼ିସେମ୍ବର ୯ ତାରିଖରେ ଓଡିଶା ବିଧାନସଭା ଚାଲ ଅଭିଯାନକୁ ସଫଳ କରିବାକୁ ସମସ୍ତ କର୍ମଚାରୀମାନଙ୍କୁ ଅନୁରୋଧ କରାଯାଇଛି ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here