କୁକୁଡାଖଣ୍ଡି ବ୍ଲକରେ ନୂତନ ସମିତିସଭ୍ୟ ସଙ୍ଘ ଗଠିତ

0
895

କୁକୁଡାଖଣ୍ଡି:କୁକୁଡାଖଣ୍ଡି ବ୍ଲକର ନବ ନିର୍ବାଚିତ ସମିତି ସଭ୍ୟ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ବ୍ଲକର ନବନିର୍ବାଚିତ ସମିତିସଭ୍ୟ ମାନଙ୍କୁ ନେଇ ଏକ ନୂତନ ସଂଘ ଗଠନ କରାଯାଇଛି ।ନୂତନ ଭାବେ ଗଠନ ହୋଇଥିବା ସଂଘରେ ସଭାପତି ଭାବେ ବାଘଲଟି ସମିତିସଭ୍ୟ ସାରଥୀ ପ୍ରସାଦ ଗୌଡ଼, ଉପସଭାପତି ଭାବେ ଲାଞ୍ଜିଆ ସମିତି ସଭ୍ୟ କାନ୍ହୁ ଚରଣ ପାତ୍ର,ରୋହିଗାଁ ସମିତି ସଭ୍ୟା ଲକ୍ଷ୍ମୀ ସ୍ୱାଇଁ ମନୋନୀତ ହୋଇଛନ୍ତି ।ସମ୍ପାଦକ ଭାବେ ଲୋଚାପଡା ସମିତି ସଭ୍ୟ ଚଣ୍ଡୀ ଚରଣ ସାହୁ, ସହ-ସମ୍ପାଦକ ଭାବେ ଲାଠୀ ସମିତି ସଭ୍ୟ ଜଗନ୍ନାଥ ଭୂୟାଁ,ହୁଗୁଳାପଟା ସମିତି ସଭ୍ୟା ବବିତାରାଣୀ ବରାଡ ମନୋନୀତ ହୋଇଛନ୍ତି ।କୋଷାଧକ୍ଷ ଭାବେ ମହୁଡା ସମିତିସଭ୍ୟ ଯତୀନ୍ଦ୍ର ପାତ୍ର ମନୋନୀତ ହୋଇଥିବ ବେଳେ ଉପଦେଷ୍ଟା ଭାବେ ବି.ରବୀନ୍ଦ୍ର ପାତ୍ରଙ୍କୁ ମନୋନୀତ କରାଯାଇଛି ।ବ୍ଲକ ପ୍ରଶାସନର ଅବହେଳାକୁ ପ୍ରଥମେ ଗୁରୁତ୍ୱଦେବା ସହ ସମିତିସଭ୍ୟ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଉପେକ୍ଷା କରାଯାଉଛି । ସେ ଦିଗରେ ଗୁରୁତ୍ୱ ସହ ଆଗାମୀ ଦିନରେ ବିଭିନ୍ନ ଦାବି ଗୁଡିକୁ ବିଭିନ୍ନ ସ୍ତରରେ ଉପସ୍ଥାପନ କରାଯିବ ବୋଲି ନିଷ୍ପତି ନିଆଗଲା ।ଏହି ଅବସରରେ ବଉଳଝୋଳି ସମିତି ସଭ୍ୟା ଲିଲି ସଂଗ୍ରାମ ସିଂ,ଗୁରୁଣ୍ଠି ସମିତି ସଭ୍ୟା କେ.ରାଜ ଲକ୍ଷ୍ମୀ ଦାସ,ବୋରିଗାଁ ସମିତି ସଭ୍ୟ ସନ୍ତୋଷ କୁମାର ସାହୁ,ତ୍ରିବେଣୀ ନାୟକ,ସୁନିତା ଦାସ,କେ. ସୁଜାତା,ରେବତୀ ବେହେରା,ବିଷ୍ଣୁ ବେହେରାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ l

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here