ନିର୍ଣ୍ଣାୟକ ମୋଡ଼କୁ ନେବାକୁ ପଡିବ ଘୁମୁସର ଜିଲ୍ଲା ଆନ୍ଦୋଳନ ଦାବି , ଦଳମତ ନିର୍ବିଶେଷରେ ଗୋଟିଏ ଲକ୍ଷ୍ୟ ଘୁମୁସର ଜିଲ୍ଲା ମାନ୍ୟତା

0
274

ଭଞ୍ଜନଗର : ଘୁମୁସର ଜିଲ୍ଲା ମାନ୍ୟତା ଦାବିରେ ଦୀର୍ଘ ୩୦ ବର୍ଷର ଆନ୍ଦୋଳନକୁ ବ୍ୟାପକ କରିବା ସହ ଉପଖଣ୍ଡର ପ୍ରତ୍ୟେକ ଗ୍ରାମାଞ୍ଚଳ ସ୍ତରରୁ ଜନସାଧାରଣଙ୍କୁ ସଚେତନତା କରାଯାଇ ଆନ୍ଦୋଳନ କରିବାକୁ ପଡିବ। ଦଳମତ ନିର୍ବିଶେଷରେ ବିନା ରାଜନୀତି ରେ ଗୋଟିଏ ଲକ୍ଷ୍ୟ ନେଇ ନିର୍ଣ୍ଣାୟକ ମୋଡ଼ କୁ ନେବାକୁ ପଡିବ ଘୁମୁସର ଜିଲ୍ଲା ଆନ୍ଦୋଳନ ଦାବି। ଓକିଲ ସଂଘ ପକ୍ଷରୁ ରବିବାର କୋର୍ଟ ପାଠାଗାର ଠାରେ ଆୟୋଜିତ ଘୁମୁସର ଜିଲ୍ଲା ଦାବି ପ୍ରସ୍ତୁତି ବୈଠକରେ ଉପସ୍ଥିତ ଉପଖଣ୍ଡର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ବୃଦ୍ଧିଜୀବୀ,ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ମତ ପ୍ରକାଶ ପାଇଛି। ଓକିଲ ସଂଘ ସଭାପତି ସନ୍ତୋଷ ନାୟକଙ୍କ ପୌରାହିତ୍ୟରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ଆଇନଜୀବୀ ରବି ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବରିଷ୍ଠ ଆଇନଜୀବୀ ଏମ.ତାଜ ଆଦେନି,ସନ୍ତୋଷ ତିଆଡି,ସୂଚନାଅଧିକାର କର୍ମୀ ତଥା ଆଇନଜୀବୀ ବି.ଶଙ୍କର ପାତ୍ର,ବଣିକ ସଂଘ ପକ୍ଷରୁ ସୁଶାନ୍ତ ମହାପାତ୍ର, ବରିଷ୍ଠ ନାଗରିକ ମଞ୍ଚ ସଭାପତି ସୋମନାଥ ନାୟକ,ଭଞ୍ଜନଗର ଏନଏସି ନଗରପାଳ ଗୋପବନ୍ଧୁ ମହାପାତ୍ର,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ମୁରଲୀଧର ପଣ୍ଡା,ବାଲି ପଦର ମହୋତ୍ସବ କମିଟି ସଭାପତି ଲଷ୍ମୀ ପ୍ରସାଦ ପଟ୍ଟନାୟକ,ବାଲିପଦର କଲେଜ ଅଧ୍ୟକ୍ଷ ବି.ପ୍ରକାଶ ଚନ୍ଦ୍ର ପାତ୍ର,ଅଳଙ୍କା ମଞ୍ଜରୀ ପଟ୍ଟନାୟକ,ଅଭିମନ୍ୟୁ ପଟ୍ଟନାୟକ,ଗୋପାଳ ଚନ୍ଦ୍ର ଲେଙ୍କା,ରିତାରଣୀ ମହାପାତ୍ର,ହରିକୃଷ୍ଣ ସାହୁ ଙ୍କ ସମେତ ବହୁ ଅନୁଷ୍ଠାନର ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଘୁମୁସର ଜିଲ୍ଲା ଦାବି ନେଇ ମତ ପ୍ରକାଶ କରିଥିଲେ। ଆଗାମୀ ଦିନରେ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇ ଆନ୍ଦୋଳନକୁ ବ୍ୟାପକ କରାଯିବା ସହ ବୁଗୁଡା,ସୋରଡା,ବେଲଗୁଣ୍ଠା, ଆସିକା ରେ ବିଭିନ୍ନ ସଂଘଠନ, ଅନୁଷ୍ଠାନ ଓ ରାଜନୈତିକ ବ୍ୟକ୍ତି ଵିଶେଷଙ୍କୁ ନେଇ ଜିଲ୍ଲା ମାନ୍ୟତା ଦାବିରେ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ଖରାଂଶୁ ଶେଖର ଦାସ, ସମୀର ନାୟକ,ଅଭିମନ୍ୟୁ ଗୌଡ଼, ଗିରିଜା ଶଙ୍କର ଭୂୟାଁ,ନିରାକାର ସାହୁ,ମନୋଜ ପଟ୍ଟନାୟକ ଙ୍କ ସମେତ ବହୁ ଆଇନଜୀବୀ ସହଯୋଗ କରିଥିଲେ। ଶେଷରେ ଓକିଲ ସଂଘର ସମ୍ପାଦକ ଅମରେଶ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନା ଥାଉକି,୧୯୯୩ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ରାଜ୍ୟରେ ୧୩ଟି ଜିଲ୍ଳାକୁ ୩୦କୁ ବୃଦ୍ଧି କରିଥିବା ବେଳେ ଭଞ୍ଜନଗର ଉପଖଣ୍ଡ ଏଥିରୁ ବାଦ୍‌ ପଡିଥିବା ବେଳେ ଦୀର୍ଘବର୍ଷ ଧରି ଜିଲ୍ଲା ମାନ୍ୟତା ଆଶାରେ ଆନ୍ଦୋଳନ ଚାଲିଥିବା ବେଳେ ବର୍ତ୍ତମାନ ତାହା ତୀବ୍ରତର ହେବାକୁ ଲାଗିଲାଣି। ମାଡ୍ରାସ୍‌ ପ୍ରେସିଡେନ୍‌ସି ଅଧୀନରେ ଥିବା ଗଞ୍ଜାମ ଜିଲ୍ଲାରେ ସବୁଠାରୁ ବଡ଼ ଭୂଖଣ୍ଡ ଭାବେ ଘୁମୁସର ତାଲୁକାର ସ୍ବତନ୍ତ୍ର ପରିଚୟ ରହିଥିଲା। ସଂପ୍ରତି ଜିଲ୍ଲାରେ ଭଞ୍ଜନଗର ସମେତ ଛତ୍ରପୁର, ବ୍ରହ୍ମପୁର ତିନୋଟି ସଦରମହକୁମା ରହିଛି। ସେଥିରୁ ଭଞ୍ଜନଗର(ଘୁମୁସର) ଅଧୀନରେ ଭଞ୍ଜନଗର, ବେଲଗୁଣ୍ଠା, ଜଗନ୍ନାଥପ୍ରସାଦ, ସୋରଡ଼ା, ଶେରଗଡ, ଧରାକୋଟ, ଆସିକା, ବୁଗୁଡା ବ୍ଳକ ରହିଛି। ତେଣୁ ଉପଖଣ୍ଡ ଆଖପାଖର ଆଉ ଦୁଇଟି ବ୍ଳକକୁ ନେଇ ଘୁମୁସର ଜିଲ୍ଲା ଗଠନ କରିବାକୁ ଦୀର୍ଘ ୩୦ ବର୍ଷ ହେବ ଦାବି ହୋଇ ଆସୁଛି। ରାଜ୍ୟରେ ଜିଲ୍ଲା ବିଭାଜିତ ସମୟରେ ଘୁମୁସର ଜିଲ୍ଲା ଗଠନ ନେଇ ପ୍ରସ୍ତାବ ଉଠିଥିଲା କିନ୍ତୁ ଆଜି ସୁଦ୍ଧା ତାହା କାର୍ଯ୍ୟକାରୀ ହୋଇନାହିଁ। ଗତ ୧୯୯୨ ମସିହାରେ ଘୁମୁସର ଯୁବ କଲ୍ୟାଣ ସମିତି ଗଠନ ହେବା ସହ ତତ୍କାଳୀନ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯିବା ସହ ଜିଲ୍ଲା ଗଠନ ନେଇ ଆନ୍ଦୋଳନକୁ ତୀବ୍ରତର କରାଯାଇଥିଲା।
ଏହାପରେ ଜିଲ୍ଲାପାଳ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନଙ୍କୁ ଅବଗତ କରାଇବା ସହ ରାଜସ୍ବ ସଚିବଙ୍କୁ ଚିଠି ଲେଖିଥିଲେ। ଫଳରେ ରାଜସ୍ବ ବିଭାଗ ଏହାକୁ ବିଚାରକୁ ନେବା ସହ ଏହି ପ୍ରସ୍ତାବର ଯାଞ୍ଚ ଓ ଅନୁଧ୍ୟାନ କରି ‌ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନୂଆଁ ଜିଲ୍ଲା ଗଠନ ପାଇଁ ଆବଶ୍ୟକ ଆନୁଷଙ୍ଗିକ ଭିତ୍ତିଭୂମୀ, କାର୍ଯ୍ୟାଳୟ, ବ୍ଳକ, ପଞ୍ଚାୟତ, ତହସିଲ, ଆର୍‌ଆଇ ସର୍କଲ, ରାଜସ୍ବ ଗ୍ରାମ ଆଦି ବିବରଣୀ ସହ ଭୌଗଳିକ ସ୍ଥିତି ଉପରେ ତଥ୍ୟ ସଂଗ୍ରହ କରାଯିବା ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଜିଲ୍ଲାପାଳ ଭାବ‌େ ପରିଣତ କରିବାକୁ ରିପୋର୍ଟ ପ୍ରଦାନ କରାଯାଇଥିଲା। ଭଞ୍ଜନଗରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଇଁ ଭିତ୍ତିଭୂମୀ ସହ ଆନୁଷଙ୍ଗିକ ବ୍ୟବସ୍ଥା ଥିବା ସହ ଜିଲ୍ଲା ପାଇଁ ସମସ୍ତ ଯୋଗ୍ୟତା ରହିଥିବା ଜିଲ୍ଲାପାଳ ମାନେ ଜବାବ ମଧ୍ୟ ଦାଖଲ କରିଛନ୍ତି। କିନ୍ତୁ କାର୍ଯ୍ୟକାରିତ ଆଜି ମଧ୍ୟ ଫାଇଲ ତଳେ ରହି ଯାଇଛି। ତେଣୁ ବହୁବର୍ଷ ତଳୁ ପ୍ରସ୍ତାବିତ ଘୁମୁସର ଜିଲ୍ଲା ଗଠନ ଦାବି ପୁଣି ଜୋରଦାର ହେବା ଆରମ୍ଭ ହୋଇଛି। ବହୁ ସଙ୍ଗଠନ, ଯୁବବର୍ଗ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ସାମ୍ବାଦିକ ସଂଘ,ଓକିଲ ସଂଘ ଦାବିର ଯଥାର୍ଥତା ସପକ୍ଷରେ ସ୍ବରୋତ୍ତୋଳନ କରିବା ସହ ଆନ୍ଦୋଳନ ‌ଜୋରଦାର କରିବାକୁ ଅଣ୍ଟା ଭିଡିଛନ୍ତି।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here