ରାଜ୍ୟସ୍ତରୀୟ ଜୁନିୟର ହ୍ୟାଣ୍ଡବଲ ପ୍ରତିଯୋଗିତାରେ ଗଞ୍ଜାମର ଡବଲ ଧମାକା

0
280

ବ୍ରହ୍ମପୁର : ପୁରୀ ତାଳବଣିଆ ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା ୨୮ତମ ରାଜ୍ୟସ୍ତରୀୟ ଜୁନିୟର ହ୍ୟାଣ୍ଡବଲ ଚମ୍ପିୟାନସିପରେ ଗଞ୍ଜାମକୁ ମିଳିଛି ବଡ଼ ସଫଳତା ।ଉଭୟ ବାଳକ ଓ ବାଳିକା ବିଭାଗରେ ଗଞ୍ଜାମ ଦଳ ଚିତାକର୍ଷକ ଖେଳ ପ୍ରଦର୍ଶନ କରି ପ୍ରତିଯୋଗିତାର ସେମି ଫାଇନାଲରେ ପ୍ରବେଶ କରିଛି । ଆସନ୍ତା କାଲି ପୂର୍ବାହ୍ନରେ ସେମିଫାଇନାଲ ଓ ଅପରାହ୍ନରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ଆଜି ଉଦ୍ଘାଟନୀ ଦିବସରେ ଗଂଜାମ ବାଳିକା ଦଳ ଆୟୋଜକ ପୁରୀକୁ ୦୬-୦୨ ଗୋଲ ବ୍ୟବଧାନରେ ଏବଂ ଦ୍ୱିତୀୟ ମ୍ୟାଚରେ ନବରଙ୍ଗପୁର ଦଳକୁ ୦୬-୦୧ ଗୋଲ ବ୍ୟବଧାନରେ ପରାସ୍ତ କରି ସେମିଫାଇନାଲର ପ୍ରବେଶ କରିଛି ।ସେହିଭଳି ବାଳକ ବିଭାଗରେ ଗଂଜାମ ଦଳ କଟକକୁ ୨୦-୦୧, ନବରଙ୍ଗପୁରକୁ ୦୯-୦୧ ଏବଂ ଆୟୋଜକ ପୁରୀକୁ ୧୫-୦୩ଗୋଲ ବ୍ୟବଧାନରେ ସିଧାସଳଖ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ଆସନ୍ତା କାଲି ରବିବାର ଦିନ ସେମିଫାଇନାଲରେ ବାଳିକା ଦଳ ଜଗତସିଂହପୁରକୁ ଏବଂ ବାଳକ ବିଭାଗରେ ଯାଜପୁରକୁ ଭେଟିବ ଗଂଜାମ । ଚମ୍ପିୟାନସିପରେ ରାଜ୍ୟରୁ ୧୬ଟି ଜିଲ୍ଲାରୁ ବାଳକ ଓ ୮ଟି ଜିଲ୍ଲାରୁ ବାଳିକା ଦଳ ଅଂଶଗ୍ରହଣ କରିଛନ୍ତି । ଗଂଜାମ ଟିମ ସହ ଜିଲ୍ଲା ହ୍ୟାଣ୍ଡବଲ ସଙ୍ଘ ସମ୍ପାଦକ ସୁରେଶ କୁମାର ପାଢୀ ଓ ଏନ ଆଇ ଏସ୍ କୋଚ ତଥା ଜାତୀୟ ରେଫେରୀ ପ୍ରଶାନ୍ତ କୁମାର ରଥ ଯାଇ ଖେଳାଳିଙ୍କୁ ପରାମର୍ଶ ସହ ପ୍ରୋତ୍ସାହିତ କରିଥିଲେ ।ପ୍ରତିଯୋଗିତାରେ ଅଂଶଗ୍ରହଣ ପୂର୍ବରୁ ଦୀର୍ଘ ଏକ ମାସ ଧରି ଉଭୟ ଦଳକୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ମଧ୍ୟ ଦେଇଥିଲେ । ଯାହାର ପରିଣାମ ସ୍ୱରୂପ ଉଭୟ ଟିମ ଭଲ ପ୍ରଦର୍ଶନ ସହ ସେମିଫାଇନାଲରେ ପ୍ରବେଶ କରିଛନ୍ତି ।ଉଭୟ ଟିମର ପ୍ରଦର୍ଶନ ଓ ସଫଳତାକୁ ନେଇ ଗଂଜାମ ଜିଲ୍ଲା ହ୍ୟାଣ୍ଡବଲ ସଙ୍ଘର ସଭାପତି ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ଶୁକ୍ଳ, ସାଙ୍ଗଠନିକ ସମ୍ପାଦକ ଶକ୍ତିଧର ରାଜଗୁରୁ, ଉପସଭାପତି ଡ଼ଃ ସରୋଜ କୁମାର ସାମନ୍ତ ଓ କୋଷାଧ୍ୟକ୍ଷ ଡ଼ଃ ମନୋଜ କୁମାର ପାତ୍ର ପ୍ରମୁଖ ଉଭୟ ଦଳର ଖେଳାଳୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here