ସତ୍ୟସାଇ ବାବା ଙ୍କ ୯୭ ତମ ଜୟନ୍ତୀ ପାଳିତ

0
216

ଭଞ୍ଜନଗର: ବେଲଗୁଣ୍ଠା ସତ୍ୟସାଇ ସମିତି ଅଧିନସ୍ଥ କଲ୍ୟାଣପୁର ଭଜନ ମଣ୍ଡଳୀ ପକ୍ଷରୁ ସତ୍ୟସାଇ ବାବା ଙ୍କ ୯୭ ତମ ଜୟନ୍ତୀ ପାଳିତ ହୋଇଯାଇଛି । ସତ୍ୟସାଇ ବାବାଙ୍କ ଫୋଟ ଚିତ୍ରକୁ ସାମୁହିକ କେନ୍ଦ୍ର ରେ ସୁସଜିତ କରାଯାଇ ସକାଳୁ ସୁପ୍ରଭାତ ନଗରକୀର୍ତନ ପରେ ଷୋଡ଼ଶ ଉପଚାର ପୂଜା କରାଯାଇଥିଲା ମଧ୍ୟାହ୍ନରେ ନାରାୟଣ ସେବା କରାଯାଇ ନରରୁପି ୧୫ ଜଣ ନାରାୟଣ ମାନଙ୍କୁ କମ୍ବଳ, ଫଳ ଓ ଖାଦ୍ୟ ବଣ୍ଟନ କରାଯାଇଥିଲା । ସନ୍ଧ୍ୟାରେ ସଂସ୍କୃତି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ପୂର୍ବରୁ ଆୟୋଜିତ ବିଭିନ୍ନ ଖେଳ କୁଦ ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରିବା ସହ ୩୨ ଜଣ ମା ବିଭିନ୍ନ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିବାରୁ ସେମାନଙ୍କୁ ସମ୍ମାନିତ କରାଯାଇଥିଲା ଶେଷରେ ବାଳବିକାଶ ର ଛାତ୍ରଛାତ୍ରୀ ମାନେ ବିଭିନ୍ନ ଉପଦେଶ ମୂଳକ ନାଟକ ମଂଚସ୍ଥ କରିଥିଲେ । ବାବା ଙ୍କ ଜନ୍ମଦିନ ଉତ୍ସବ ପାଳନ କରିବାକୁ ଯାଇ କେକ କଟିଂ କରାଯାଇଥିଲା । ଏଥିରେ ଜିଲ୍ଲା ସଭାପତି ଦେବାଶିଷ ମିଶ୍ର, ଆବାହକ ଜଗନ୍ନାଥ ପାଣିଗ୍ରାହୀ,ଅରବିନ୍ଦ ପଟ୍ଟନାୟକ , ସୁବ୍ରତ କୁମାର ସାହୁ, ଭଞ୍ଜନଗର ର ଅଜିତ କୁମାର ଶତପଥୀ, ନୀଳମାଧଵ ପଣ୍ଡା ଅତିଥି ଭାବେ ଅଂଶ ଗ୍ରହଣ କରିଥିଲେ । ମହିଳା ମାନଙ୍କ ମଧ୍ୟରେ ପ୍ରମିଳା ପଟ୍ଟନାୟକ, ଆରତୀ ସାହୁ, ଲିଲି ସାହୁ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here