ଗଞ୍ଜାମ ଜୁନିୟର ବାଳକ ଓ ବାଳିକା ହ୍ୟାଣ୍ଡବଲ୍ ଦଳର ପୁରୀ ଗସ୍ତ

0
244

ବ୍ରହ୍ମପୁର:ଚଳିତ ମାସ ୨୬ ଓ ୨୭ ତାରିଖରେ ପୁରୀର ତାଳବଣିଆ ଇଣ୍ଡର ଷ୍ଟାଡିୟମରେ ହେବାକୁ ଥିବା ୨୮ତମ ଜୁନିୟର ରାଜ୍ୟ ସ୍ତରୀୟ ବାଳକ ଓ ବାଳିକା ହ୍ୟାଣ୍ଡବଲ୍ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଗଞ୍ଜାମ ଦଳ ତରଫରୁ ୧୬ ଜଣିଆ ବାଳକ ଓ ୧୨ ଜଣିଆ ବାଳିକା ଦଳ ୨୫ତାରିଖ ଦିନ ପୁରୀ ଜିଲ୍ଲା ଗସ୍ତ କରିବେ ।ଗଞ୍ଜାମ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ୫୦ ଜଣ ବାଳକ ଓ ବାଳିକାଙ୍କୁ ନେଇ ବ୍ରହ୍ମପୁର ଖଲ୍ଲିକୋଟ କଲେଜ ଖେଳ ପଡ଼ିଆ ଠାରେ ୧୫ଦିନ ଧରି ଜାତୀୟ ଏନ୍.ଆଇ.ଏସ୍ କୋଚ୍ ପ୍ରଶାନ୍ତ କୁମାର ରଥଙ୍କ ଠାରୁ ତାଲିମ୍ ନେଇଥିଲେ ।ଏବଂ ସେମାନଙ୍କ ମଧ୍ୟରୁ ୧୬ ଜଣ ବାଳକ ଓ ୧୨ଜଣ ବାଳିକା ଙ୍କୁ ଚୟନ କରାଯାଇଥିଲା ।ଏହି ଖେଳାଳିଙ୍କୁ ଏନ୍.ଆଇ.ଏସ୍ କୋଚର ଉନ୍ନତ କୌଶଳ ଦ୍ୱାରା ଶିକ୍ଷା ଦିଆଯାଇଥିଲା ।ପୂର୍ବରୁ ସବ୍ ଜୁନିୟର ଓ ଜୁନିୟର ପ୍ରତିଯୋଗିତାରେ ଗଞ୍ଜାମ ଦଳ ଉନ୍ନତ ଖେଳ ପ୍ରଦର୍ଶନ କରି ପ୍ରଥମ ଓ ଦ୍ୱିତୀୟ ସ୍ଥାନ କରିଥିଲେ ।ଚଳିତ ଥର ମଧ୍ୟ ଏହି ପ୍ରତିଯୋଗିତାରେ ଉନ୍ନତ ଖେଳ ପ୍ରଦର୍ଶନ କରିବ ବୋଲି ଜିଲ୍ଲା ହ୍ୟାଣ୍ଡବଲ ସଂଗଠନର ସଭାପତି ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା,କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ଶୁକ୍ଳା,କୋଷାଧ୍ୟକ୍ଷ ଡାକ୍ତର ସିଏଚ୍.ମନୋଜ କୁମାର ପାତ୍ର,ସଙ୍ଘଠନର କର୍ମକର୍ତ୍ତା ଡ଼ଃ ସରୋଜ କୁମାର ସାମନ୍ତ,ଶକ୍ତିଧର ରାଜଗୁରୁ ଓ ସମାଜସେବୀ ପ୍ରିୟବ୍ରତ ପାଣିଗ୍ରାହୀ ଖେଳାଳିମାନଙ୍କୁ ଶୁଭକାମନା ସହ ଉନ୍ନତ ଖେଳ ପ୍ରଦର୍ଶନ କରିବା ପାଇଁ ଉତ୍ଚାହିତ କରିଥିଲେ ।ଦଳ ସହ ବାଳକ ବିଭାଗ ରେ ମ୍ୟାନେଜର ଭାବେ ଅଜିତ କୁମାର ପ୍ରଧାନ ଓ କୋଚ୍ ଭାବେ ଅଭିନାସ୍ ମେଦି ଯାତ୍ରା କରିଥିବା ବେଳେ ବାଳିକା ଦଳରେ ମ୍ୟାନେଜର ଭାବେ ପ୍ରୋମଦ କୁମାର ପଟ୍ଟନାୟକ ଓ କୋଚ୍ ଭାବେ ଅରବିନ୍ଦ ବେହେରା ଏବଂ ଅଫିସିୟାଲ ଭାବେ ଅନ୍ତର୍ଜାତୀୟ ଖେଳାଳି ସନ୍ଦୀପ୍ କୁମାର ପାତ୍ର ପୁରୀ ଗସ୍ତ କରିବେ ବୋଲି ସଂଘର ସମ୍ପାଦକ ସୁରେଶ ଚନ୍ଦ୍ର ପାଢ଼ୀ ସୂଚନା ଦେଇଛନ୍ତି ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here