ରାଗିଙ୍ଗ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି ପତ୍ର ପ୍ରଦାନ

0
211

ବ୍ରହ୍ମପୁର: ଆଜି ରାଜ୍ୟ ମହିଳାମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର ଏବଂ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ସିଦ୍ଧାନ୍ତ ଗଙ୍ଗଦେବଙ୍କ ନେତୢତ୍ୱରେ ତଥ୍ୟ ଅନୁଧ୍ୟାନ କାରୀ କମିଟି ସଦସ୍ୟ ମାନେ ଛତ୍ରପୁର ଠାରେ ଅତିରିକ୍ତ ଜିଲ୍ଲାପାଳ (ରେଭିନ୍ୟୁ) ପ୍ରିୟ ରଞ୍ଜନ ପୢଷ୍ଟିଙ୍କୁ ସାକ୍ଷାତ କରି ଜିଲ୍ଲାରେ ମହାବିଦ୍ୟାଳୟ ମାନଙ୍କରୁ ସଂଗ୍ରହ କରାଯାଇଥିବା ତଥ୍ୟ ଉପରେ ଆଲୋଚନା କରି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ସେ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ମହାବିଦ୍ୟାଳୟ ଗୁଡ଼ିକରେ ଚାଲିଥିବା ରାଗିଂ ଉପରେ ଦୢଢ଼ କାର୍ଯାନୁଷ୍ଠାନ ନିଆଯିବ ବୋଲି ପ୍ରତିଶୢତି ଦେଇଥିଲେ ।ଏହି ଆଲୋଚନାବେଳେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କର,ଜିଲ୍ଲା ମହିଳାମୋର୍ଚ୍ଚା ନେତ୍ରୀ ରତ୍ନଗର୍ଭା ସରସ୍ୱତୀ ଦେବୀ,ଜିଲ୍ଲା ଯୁବ ନେତା ଶିବ ଶଙ୍କର ନାୟକ, କର୍ପୋରେଟର ବନିତା ସାହୁ,ମାତା ପ୍ରସାଦ ନାୟକ,ସୁରେଶ ରେଡ଼ୀ,ବର୍ଷା ବିଦ୍ୟୁସ୍ମିତା,ଅନୁଜାନନ୍ଦ ବିଶ୍ୱାଳ,ସୋମନାଥ ପାତ୍ର,ଟୁଟୁନ୍ ପାତ୍ର, ଜଗଦୀଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here