ଆନନ୍ଦ ସଂଗୀତାୟନର ୭୨ତମ ଭଞ୍ଜ ସଂଗୀତ ଆସର

0
231

ଭଞ୍ଜନଗର : ପୋଚାଲୁଣ୍ଡି ଠାରେ ୭୨ତମ ମାସିକ ଭଞ୍ଜ ସଂଗୀତ ଆସର ଭୁବନେଶ୍ୱରସ୍ଥିତ ସଂସ୍କୃତି ବିକାଶ ସଂସଦ ଆୟୋଜନ ଏବଂ ବଂଶୀଧର ରଣାଙ୍କ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ବଂଶୀଧର ରଣା ପ୍ରଦୀପ ପ୍ରଜ୍ୱଳନ କରି ଏହି ସଂଗୀତ ସଂଧ୍ୟାର ଉଦ୍‌ଘାଟନ କରିଥିଲେ । ଅନୁଷ୍ଠାନର କଣ୍ଠଶିଳ୍ପୀ ଚିନ୍ମୟୀ ଗୌଡ଼, ପୁଷ୍ପାଞ୍ଜଳୀ ସାହୁ, ନିପାରାଣୀ ଗୌଡ଼, ଶୁଭସ୍ମିତା ପ୍ରଧାନ, ଅଶୋକ ସ୍ୱାଇଁ ପ୍ରମୁଖ ଭଞ୍ଜ ସଂଗୀତ ଏବଂ ଚଂପୁ ତଥା ଜଗନ୍ନାଥ ଭଜନ ପରିବେଷଣ କରି ଶ୍ରୋତାଙ୍କୁ ମୁଗଧ କରିଥିଲେ । ମର୍ଦ୍ଦଳରେ ଅଭିଷେକ ମହାପାତ୍ର ଏବଂ ତବଲାରେ ଦିବାକର ପ୍ରଧାନ ସଂଗତ କରିଥିଲେ । ଅନୁଷ୍‌ାଂନର ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ପାଦକ ଅଶୋକ ମହାପାତ୍ର ସୂଚନା ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବହୁ ବିଦଗଧ ଶ୍ରୋତା ଉପସ୍ଥିତ ରହି ଶିଳ୍ପୀମାନଙ୍କୁ ଉତ୍ସାହିତ କରିଥିଲେ ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here