ମାଟ୍ରିକ୍ ଏସ୍.ଏ.-୧ ପରୀକ୍ଷା ଆରମ୍ଭ , ୧୦ ପରୀକ୍ଷା କେନ୍ଦ୍ରରେ ୧୬୮୨ ପରୀକ୍ଷାର୍ଥୀ

0
222

ବୁଗୁଡା :ଚଳିତ ଶିକ୍ଷାବର୍ଷ ୨୦୨୨-୨୩ ର ମାଧ୍ଯମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ସମ୍ମେଟିଭ୍ ଆସେସମେଣ୍ଟ-୧ ପରୀକ୍ଷା ନଭେମ୍ବର ୨୩ ତାରିଖ ଠାରୁ ଆରମ୍ଭ ହୋଇଛି। ବୁଗୁଡା ବ୍ଲକର ୨୭ ଗୋଟି ହାଇସ୍କୁଲର ମୋଟ ୧୭୩୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୬୮୨ ଜଣ ପରୀକ୍ଷା ଦେଇଥିବା ବେଳେ ୫୩ ଜଣ ଅନୁପସ୍ଥିତ ରହିଛନ୍ତି । ମୋଟ ୧୦ ଟି ପରୀକ୍ଷା କେନ୍ଦ୍ର ମଧ୍ୟରୁ ବାଲିପଦର ହାଇସ୍କୁଲ କେନ୍ଦ୍ରରେ ୨୬୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ବୁଗୁଡା ପିପୁଲ୍ସ ହାଇସ୍କୁଲ କେନ୍ଦ୍ରରେ ୨୪୪ ଜଣ , ବି.କରଡ଼ାବାଡ଼ି ସର୍ଦ୍ଦାର ଅନ୍ତର୍ଯ୍ୟାମୀ ବିଦ୍ୟାପୀଠ କେନ୍ଦ୍ରରେ ୧୯୪ ଜଣ , ତାଳସାକର ମହାମାୟୀ ହାଇସ୍କୁଲ କେନ୍ଦ୍ରରେ ୧୭୮ ଜଣ , ବୁଗୁଡା ଶ୍ରୀ ଶ୍ରୀ ବିରଞ୍ଚିନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ୧୭୭ ଜଣ , ପୋଚାଲୁଣ୍ଡି ମା କାଳୀ କୃଷକ ବିଦ୍ୟାପୀଠ କେନ୍ଦ୍ରରେ ୧୪୮ ଜଣ , ବି.ଡ଼ି.ପୁର ବୁଦ୍ଧଗିରି ବିଦ୍ୟାପୀଠ କେନ୍ଦ୍ରରେ ୧୪୬ ଜଣ , ପଙ୍କଳବାଡି ଆଞ୍ଚଳିକ କୃଷି ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ୧୩୫ ଜଣ , ମାଣିତରା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ୧୧୫ ଜଣ ଓ କରଚୁଲି ଶକୁନ୍ତଳା ବିଦ୍ୟାପୀଠ କେନ୍ଦ୍ରରେ ୮୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ଜଣାପଡିଛି । ପିପୁଲ୍ସ ହାଇସ୍କୁଲ ନୋଡାଲ୍ ସେଣ୍ଟରରେ ପରୀକ୍ଷା ପ୍ରଶ୍ନ ଓ ଉତ୍ତର ଖାତା ରଖାଯାଇଥିବା ବେଳେ ପୋଲିସର ପହରା ସହ କଡା ସୁରକ୍ଷା ମଧ୍ୟରେ ରଖାଯାଇଛି । ସମସ୍ତ କେନ୍ଦ୍ରରେ ଶାନ୍ତି ଶୃଙ୍ଖଳା ସହ ପରୀକ୍ଷା ହୋଇଥିବା ଜଣାପଡିଛି।

ରିପୋର୍ଟ:ସ୍ବରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here