ପୋଲସରା ଥାନାରେ ରକ୍ତଦାନ ଶିବିର, ୧୮୧ ୟୁନିଟ୍ ରକ୍ତ ସଂଗୃହୀତ ।

0
217

ପୋଲସରା : ପୋଲସରା ପୋଲିସ ଥାନାରେ ରକ୍ତଦାନ ଶିବିର ନଭେମ୍ବର ୨୩ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ପୋଲସରା ଥାନା ଆରାକ୍ଷୀ ନିରୀକ୍ଷକ ଜିତେନ୍ଦ୍ର କୁମାର ମଲ୍ଲିକଙ୍କ ତତ୍ତ୍ଵାବଧାନରେ ଆୟୋଜିତ ରକ୍ତଦାନ ଶିବିରକୁ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମହୋଦୟଙ୍କ ଧର୍ମପତ୍ନୀ ଗୋଲାପ ସାହୁ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ପୋଲିସ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ ରାୟ, ସମ୍ମାନୀତ ଅତିଥି ଭାବେ ଆସିକା ପୋଲିସ ଉପଖଣ୍ଡ ଅଧିକ୍ଷକ ଉମା ଶଙ୍କର ସିଂ ଯୋଗଦେଇଥିଲେ। ରକ୍ତଦାତା ମାନଙ୍କୁ ଅତିଥି ବୃନ୍ଦ ରକ୍ତଦାନ ପାଇଁ ଉତ୍ସାହିତ କରିଥିଲେ। ମୋଟ ୧୮୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ଜଣାପଡିଛି। ପୋଲସରା ସମେତ ଅଞ୍ଚଳର ବିଭିନ୍ନ ସଙ୍ଗଠନର ସଦସ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ବିଷୋୟୀ, ସାଂସଦ ପ୍ରତିନିଧି ପ୍ରତାପ କୁମାର ପ୍ରଧାନ, ସରପଞ୍ଚ ରଘୁନାଥ ଭୁୟାଁଙ୍କ ସମେତ ବିଭିନ୍ନ ନିର୍ବାଚିତ ପ୍ରତିନିଧି ରକ୍ତ ଦାନ କରିଥିଲେ । ପୋଲସରା ଥାନାର ଅତିରିକ୍ତ ଥାନାଧିକାରୀ କୃଷ୍ଣ ଶାହା, ଥାନା ଏସ.ଆଇ ଅଜୟ କୁମାର ମଲ୍ଲିକ, ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ, ପୋଲସରା ନଗର ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ଝୁନୁ ଦାସ, ଓ ବିକ୍ରମ କୁମାର ନାୟକ, ବୁଗୁଡ଼ା ବ୍ଲକ୍ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ, ପ୍ରତିନିଧି କେ.ନୀଳମାଧବ ଆଚାରୀ, ପୋଲସରା ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ରାଜେନ୍ଦ୍ର କୁମାର ପ୍ରଧାନ, ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା, ଜିଲ୍ଲା ବିଜୁ ମହିଳା ଜନତା ଦଳ ଉପ ସଭାନେତ୍ରୀ କବିତା ସାହୁ, ପୋଲସରା ବ୍ଲକ ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ସଂଯୁକ୍ତା ବାଡ଼ତ୍ୟା,ନଗର ସଭାନେତ୍ରୀ କନକ ରାଉତ, ପୋଲସରା ପୂର୍ବତନ ନଗରପାଳ ପ୍ରଫୁଲ୍ଲ କୁମାର ପ୍ରଧାନ, ବ୍ଲକ୍ ଯୁବ ବିଜେଡି ସଭାପତି ସିଲୁ ଦଳେଇ, ରଞ୍ଜନ କୁମାର ସାହୁ, ସରପଞ୍ଚ ପବିତ୍ର ରାଉତ,ମନୋଜ କୁମାର ପରିଡା,ମନୋଜ କୁମାର ସାହୁ, କୃଷ୍ଣଚନ୍ଦ୍ର ଜେନା, ସୁଶିତ କୁମାର ସାହୁ,ବିଜୟ କୁମାର ସ୍ବାଇଁ,ମନୁ ବିଷୋୟୀ, ତାପସ ସାହୁ,ମନମୋହନ ଗୌଡ଼ଙ୍କ ସମେତ ବିଭିନ୍ନ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ଓ ସ୍ଵେଚ୍ଛାସେବୀ ଉପସ୍ଥିତ ରହି ରକ୍ତଦାନ କରିବା ସହ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here