ଅଷ୍ଟମ ପର୍ଯ୍ୟାୟରେ ମାର୍କଣ୍ଡି ବେଳାଭୂମୀ ସଫେଇ କଲେ ଇକୋ ୱାରିୟର

0
223

ଗଞ୍ଜାମ: ଗଞ୍ଜାମ ବ୍ଲକର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦି ଇକୋ ୱାରିୟର ପକ୍ଷରୁ ଅଷ୍ଟମ ପର୍ଯ୍ୟାୟରେ ରଙ୍ଗେଇଲୁଣ୍ଡା ବ୍ଲକ ସ୍ଥିତ ମାର୍କଣ୍ଡି ବେଳାଭୂମୀକୁ ସଫେଇ କରାଯାଇଛି । ସଂଗଠନ ପକ୍ଷରୁ ଗଞ୍ଜାମ ରୁ ସୋନପୁର ପର୍ଯ୍ୟନ୍ତ ଦୀର୍ଘ ୭୫ କିଲୋମିଟର ପରିବ୍ୟସ୍ତ ବେଳାଭୂମିକୁ ପ୍ଲାଷ୍ଟିକ ମୁକ୍ତ ଏକ ଅଭିଯାନ ହାତକୁ ନିଆଯାଇଛି। ଏହି ଅବସରରେ ସଂଗଠନ ପକ୍ଷରୁ ପ୍ରତି ରବିବାର ଦିନ ସଦସ୍ୟମାନେ ବିଭିନ୍ନ ବେଳାଭୂମୀ ସଫେଇ ଜାରି ରଖିଛନ୍ତି । ସେହିପରି ପ୍ରଥମ ଦିନରେ ସଂଗଠନ ପକ୍ଷରୁ ଅଳେଶ୍ୱର ବେଳାଭୂମୀ ପରେ ପର୍ଯ୍ୟାୟକ୍ରମେ ବଟେଶ୍ୱର, ଗୋଖରକୁଦା, ନୁଆଗାଁ, ଆର୍ଯ୍ୟପଲ୍ଲୀ, ହରିପୁର, ଧବଳେଶ୍ୱର ପରେ ଆଜି ମାର୍କଣ୍ଡି ବେଳାଭୂମୀକୁ ସଫେଇ କରାଯାଇଛି । ଆଗାମୀ ଦିନରେ ଗଞ୍ଜାମ ଉପକୁଳକୁ ବିରଳ ଅଲିଭଲ ରିଡଲେ କଇଁଚଙ୍କ ଆଗମନକୁ ନଜରରେ ରଖି ସଂଗଠନ ପକ୍ଷରୁ ଏହିପରି ପଦକ୍ଷେପ ହାତକୁ ନିଆଯାଇଛି । ତେବେ ଆଗାମୀ ଦିନରେ ମଧ୍ୟ ଏହି ଅଭିଯାନ ଜାରି ରହିବ ବୋଲି କହିଛନ୍ତି ସଂଗଠନର ସଂଯୋଜକ ଦୁର୍ଗା ମାଧବ ପାଣିଗ୍ରାହୀ । ଏହା ସହିତ ପ୍ରତି ବେଳାଭୂମୀ ସଫେଇରେ ସ୍ଥାନୀୟ ସ୍ୱେଚ୍ଛାସେବୀ, ପରିବେଶ ପ୍ରେମୀ ମାନଙ୍କୁ ସାମିଲ କରିବା ସହିତ ଲୋକଙ୍କ ମଧ୍ୟରେ ପ୍ଲାଷ୍ଟିକ ମୁକ୍ତ ବେଳାଭୂମୀର ସଚେତନତା ବାର୍ତ୍ତା ପ୍ରଦାନ କରାଯାଉଥିବା କହିଛନ୍ତି । ଆଜିର ଏହି ଅଭିଯାନରେ ବେଳାଭୂମୀରୁ ୪ ଶହରୁ ଉର୍ଦ୍ଧ କିଲୋଗ୍ରାମର ପ୍ଲାଷ୍ଟିକ ଆବର୍ଜନା ବାହାର କରାଯାଇଥିଲା । ଦି ଇକୋ ୱାରିୟର୍ସ ର ସଦସ୍ୟ ଦୁର୍ଗା ମାଧବ ପାଣିଗ୍ରାହୀଙ୍କ ସଂଯୋଜନାରେ ଆୟୋଜିତ ସଫେଇ କାର୍ଯ୍ୟକ୍ରମରେ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ବାଧିନ କୁମାର ସାହୁ, ପାରା ବନ କର୍ମଚାରୀ କପଳେଶ୍ୱର ଦାସ, କୋଭିଡ଼ି ଯୋଧ୍ୟା ସ୍ୱରସ୍ୱତୀ ମହାଙ୍କୁଡ଼ , ସଦସ୍ୟ ଅଖିଳ ତରାଇ, ପ୍ରଭାତ ବିଶ୍ୱାଳ, ସୀମାଞ୍ଚଳ ଦାସ, କରୁଣାକର ରେଡ୍ଡୀ , ପ୍ରଭାତ ସାହୁ,ଦୁର୍ଯୋଧନ ରେଡ୍ଡୀ,ମୁନ୍ନା ରେଡ୍ଡୀ,, ଗୁଲାବ ସିଂହ, ରାକେଶ ବାରିକ, ଗୁରୁନାଥ ରେଡ୍ଡୀ, ସନ୍ତୋଷ ତରାଇ, ଜଗଦୀଶ ବେହେରା, ତିରୁପତି ରାଓ, ଅଭିଷେକ ଗୌରବ ପ୍ରମୁଖ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here