ଶ୍ରୀ ବଳଦେବ ସ୍ୱାମୀ ଫିଲିଙ୍ଗ ଷ୍ଟେସନ ଉଦଘାଟିତ

0
272

ବୁଗୁଡା : ବୁଗୁଡା ସହରର ଉପକଣ୍ଠ ବଡ ଶଙ୍ଖ ନିକଟରେ ମୁଖ୍ୟ ସଡକ କଡରେ ନିର୍ମାଣ ହୋଇଥିବା ଶ୍ରୀ ବଳଦେବ ସ୍ୱାମୀ ଫିଲିଙ୍ଗ ଷ୍ଟେସନ ( ପେଟ୍ରୋଲ ପମ୍ପ ) ନଭେମ୍ବର ୨୦ ତାରିଖ ଦିନ ଉଦଘାଟିତ ହୋଇଯାଇଛି। ମାନ୍ୟବର ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଧର୍ମ ପତ୍ନୀ ଗୋଲାପ ସାହୁ, ବୁଗୁଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ.ନୀଳମାଧବ ଆଚାରୀ ଓ ପୂର୍ବ ନାୟାର ଶକ୍ତି ଆଞ୍ଚଳିକ ମୁଖ୍ୟ ସୌରଜିତ କର ମିଳିତ ଭାବେ ଶ୍ରୀ ବଳଦେବ ସ୍ୱାମୀ ଫିଲିଙ୍ଗ ଷ୍ଟେସନକୁ ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ଆଞ୍ଚଳିକ ସେଲସ ମ୍ୟାନେଜର ଶକ୍ତିରାଜ ମହାପାତ୍ର ଓ ସମ୍ମାନିତ ଅତିଥି ଭାବେ ପେଟ୍ରୋନାଇଜର ଧରଣୀଧର ପଣ୍ଡା ଓ ଦୀପ୍ତିମୟୀ ମହାପାତ୍ର ଯୋଗ ଦେଇଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here