ମୁକ ବଧିର ସୁବାଷଙ୍କ ଅସ୍ଥିଶଲ୍ୟ ଅସ୍ତ୍ରୋପଚାର ସଫଳ

0
222

ବ୍ରହ୍ମପୁର:ମୁକ ବଧିର ରୋଗୀଙ୍କ ଅସ୍ତ୍ରୋପଚାର ପାଇଁ ଡାକ୍ତର ସୈାରଭ ମିଶ୍ର ଦେଇଥିବା ପ୍ରତିଶୃତି ବୁଧବାର ଦିନ ଫଳପ୍ରଦ ହୋଇଛି । ସୂଚନା ଥାଉ କି, ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟ ନଗର ବ୍ଲକ ଅନ୍ତର୍ଗତ କନୀୟାରି ଗ୍ରାମର ସୁବାଷ ପ୍ରଧାନଙ୍କ ଡାହାଣ ଗୋଡ଼ର ଖଞ୍ଜା ଖସି ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ। ଭାଗ୍ୟକୁ ଆଦରି ଯନ୍ତ୍ରଣାରେ ଛଟପଟ ହୋଇ ଆସୁଥିଲେ ସୁବାଷ । ସେ ବଡ଼ ମେଡ଼ିକାଲ ଅସ୍ଥିଶଲ୍ୟ ବିଭାଗ, ଶଯ୍ୟା ନମ୍ବର ୫୪୯ ରେ ଭର୍ତ୍ତିଥିବା ଖବର ପାଇ ସାମ୍ବାଦିକ ତଥା ପସୁପ୍ରେମୀ ଲଲାଟେନ୍ଦୁ ଚୌଧୁରୀ, ବରିଷ୍ଠ ସାମ୍ବାଦିକ ବିନୋଦ ପଟ୍ଟନାୟକ, ସମାଜସେବୀ ମଧୁସୂଦନ ସାହୁ, ରାଜୁ ପାଣିଗ୍ରାହୀ ତାଙ୍କ ନିକଟରେ ପହଞ୍ଚି ଥିଲେ । ତାର ଅବସ୍ଥା ଦେଖିବା ସହ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ଡାକ୍ତର ସୈାରଭ ମିଶ୍ର ଉକ୍ତ ରୋଗୀଙ୍କ ଅସ୍ତ୍ରୋପଚାର କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଉକ୍ତ ରୋଗୀଙ୍କ ଅସ୍ତ୍ରୋପଚାର ବୁଧବାର ଦିନ ଫଳପ୍ରଦ ହୋଇଛି । ଡାକ୍ତର ମିଶ୍ରଙ୍କ ପରାମର୍ଶ କ୍ରମେ ଅସ୍ତ୍ରୋପଚାର ପାଇଁ ଦରକାର ହେଉଥିବା ଏକ ୟୁନିଟ୍ ରକ୍ତ ଯୋଗାଡ଼ ହେବା ପରେ ବୁଧବାର ଦିନ ଅସ୍ଥିଶଲ୍ୟ ଡାକ୍ତର ଅଶୋକ ନାୟକଙ୍କ ଉଦ୍ୟମ ଫଳରେ ଅସ୍ତ୍ରୋପଚାର କରଯାଇଥିଲା। ଦୀର୍ଘ ଏକ ଘଣ୍ଟା ଅସ୍ତ୍ରୋପଚାର ପରେ ମୁକ ବଧିର ରୋଗୀ ସୁବାଷ ବର୍ତ୍ତମାନ ସୁସ୍ଥ ଅନୁଭବ କରୁଥିବା ଦେଖା ଦେଇଛି। ରୋଗୀ ଓ ତାଙ୍କ ଅସହାୟ ପରିବାର ଚିକିତ୍ସାରେ ସହାୟତା ହୋଇଥିବା ସାମ୍ବାଦିକ, ସମାଜସେବୀଙ୍କ ସମେତ ଡାକ୍ତର ମିଶ୍ର, ଡାକ୍ତର ନାୟକ ଓ ତାଙ୍କ ସହଯୋଗୀଙ୍କୁ ଅଶେଷ ଅଶେଷ କୃତଜ୍ଞତା ଜଣାଇଛନ୍ତି । ଏହାକୁ ନେଇ ବିଭିନ୍ନ ମହଲରେ ପ୍ରଶଂସାର ସୁଅ ଛୁଟିଛି।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here