ବିସିସି ବ୍ୟାଙ୍କ ସଭାପତି ଭାବେ ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲେ ଶିବରାମ ପାତ୍ର

0
356

ବ୍ରହ୍ମପୁର:ବ୍ରହ୍ମପୁର ସ୍ଥିତ ସ୍ଥାନୀୟ ପିଭିଏନ୍ ରାଓ ପେଟ୍ରୋଲ୍ ପମ୍ପ ପାର୍ଶ୍ବରେ ଥିବା ବ୍ରହ୍ମପୁର ସମବାୟ କେନ୍ଦ୍ରୀୟ ବ୍ୟାଙ୍କର ସଭାପତି ଭାବେ ଶିବରାମ ପାତ୍ର ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ବ୍ୟାଙ୍କର ପରିଚାଳନା ସଭାପତି ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ ନେଇ ଦିନ ଧାର୍ଯ୍ୟ ହୋଇଥିବା ବେଳେ ବିଜୁ ଜନତା ଦଳ ତରଫରୁ ଶିବରାମଙ୍କୁ ପ୍ରାର୍ଥୀ କରାଯାଇଥିଲା ।ହେଲେ ଶିବରାମ କେବଳ ଜଣେ ମାତ୍ର ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଅନ୍ୟ କୌଣସି ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିନଥିଲେ ।ଫଳରେ ଉପସ୍ଥିତ ନିର୍ବାଚନ ଅଧିକାରୀ ଶିବରାମ ପାତ୍ରଙ୍କୁ ନିର୍ଦ୍ୱନ୍ଦରେ ବିଜୟ ଘୋଷଣା କରିଥିଲେ । ଗତ ୨୦୨୦ ମସିହା ପରଠାରୁ ରାଜ୍ୟରେ ସମବାୟ ନିର୍ବାଚନ ହୋଇନଥିବା ବେଳେ ବିଗତ ୨ ବର୍ଷ ହେଲା ଏହାର ସଭାପତି ଦାୟିତ୍ଵରେ ଗଞ୍ଜାମ ଜିଲ୍ଲାପାଳ ରହି ଆସୁଥିଲେ । କିନ୍ତୁ ଏହି ବ୍ୟାଙ୍କ୍ ଅଧୀନରେ ମୋଟ ୧୫ଟି ଜୋନ୍‌ ରହିଥିବା ବେଳେ ଗଞ୍ଜାମରେ ୧୨ଟି ଏବଂ ଗଜପତି ଜିଲ୍ଲାରେ ୩ଟି ଜୋନ୍ ରହିଛି ।ନିର୍ବାଚନ ସମୟରେ ଜିଲ୍ଲା ବିଜେଡ଼ି ସଭାପତି ତଥା ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ରଚ୍ୟାଉ ପଟ୍ଟନାୟକ,ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ, ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ, ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମହାରଣାଙ୍କ ସମେତ ବହୁ ଦଳୀୟ ନେତା ଓ ନିର୍ଦ୍ଦେଶକମାନେ ଉପସ୍ଥିତ ଥିଲେ।ଆଗାମୀ ଦିନରେ ବିସିସି ବ୍ୟାଙ୍କର ଉନ୍ନତି ନେଇ ସେ ସମସ୍ତଙ୍କ ସହଯୋଗରେ କାର୍ଯ୍ୟ କରିବେ ବୋଲି ନବନିର୍ବାଚିତ ହୋଇଥିବା ସଭାପତି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ପାଇକାରି ସମବାୟ ଭଣ୍ଡାର ସଭାପତି କୈଳାଶ ରଣା, ବିଆର୍‌ଏମ୍‌ସି ସଭାପତି ସଚିଦାନନ୍ଦ ରାଜଗୁରୁ, ନିରଞ୍ଜନ ଜେନା,ଅର୍ବାନ୍ ବ୍ୟାଙ୍କ ସଭାପତି ଆର୍. ମୁରଲୀ ମୋହନ,କୁକୁଡ଼ାଖଣ୍ଡି ବ୍ଲକ୍‌ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର,ବ୍ଲକ ଉପାଧ୍ୟକ୍ଷା ଵିଷ୍ଣୁପ୍ରିୟା ପାତ୍ର,ବିଧାୟକ ପ୍ରତିନିଧି ଉଦୟ ବେହେରା,ବ୍ଲକ ବିଜେଡି ସଭାପତି ସୀତାରମ ସାହୁ,ଉପସଭାପତି କୈଳାଶ ବିଷୋୟୀ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦିଲ୍ଲୀପ କୁମାର ପାତ୍ର,ଅଜୟ ମହାରଣା,ଭବାନୀ ଶଙ୍କର ବିଶ୍ୱାଳ,ଭିନ୍ନକ୍ଷମ ନେତା କେ. ମଣିବାବୁ,ବଶିଷ୍ଠ ଜେନା,ବୃନ୍ଦାବନ ଖଟେଇ,୩୬ ନମ୍ବର ୱାର୍ଡ଼ କର୍ପୋରେଟର ଡ଼. ସୋନାଲି ଗନ୍ତାୟତ,ତିରୁପତି ପାତ୍ର, ଜଗନ୍ନାଥ ସାବତ,କାନ୍ହୁ ଚରଣ ପାତ୍ର,ନିରଞ୍ଜନ ରେଡିଙ୍କ ସମେତ ବିଜେଡ଼ିର ବହୁ କର୍ମକର୍ତ୍ତା ଉପସ୍ଥିତଥିଲେ । ଶିବରାମ ପାତ୍ର ସଭାପତି ହେବା ପରେ କୁକୁଡ଼ାଖଣ୍ଡି ବ୍ଲକରେ ଖୁସିର ଲହରୀ ଖେଳିଯାଇଛି ।ଏହି ବିଜୟ ପରେ ଶ୍ରୀ ପାତ୍ର ଏକ ବିଶାଳ ଶୋଭାଯାତ୍ରାରେ ବାହାରି ନିଜ ଗ୍ରାମ ପରିକ୍ରମା କରିଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here