ଅକ୍ଟୋବର ୮ ତାରିଖ ଲୁଟ ଘଟଣା : ୭ ଅଭିଯୁକ୍ତ ଗିରଫ

0
276

ବୁଗୁଡା: ବୁଗୁଡା ପୋଲିସକୁ ମିଳିଛି ବଡ଼ ସଫଳତା। ଅକ୍ଟୋବର ୮ ତାରିଖ ଦିନ ବୁଗୁଡା ଥାନା ଅନ୍ତର୍ଗତ ବାଘୁଆ ନିକଟରେ ଘଟିଥିବା ଲୁଟ ଘଟଣାରେ ବୁଗୁଡା ପୋଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଦୁଇ ଚୋରା ବାଇକ ଓ ନଗଦ ଟଙ୍କା ଜବତ କରାଯାଇଥିବା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି। ନୟାଗଡ଼ ଅଞ୍ଚଳର ଆରବିଏଲ ଫାଇନାସ କମ୍ପାନୀର କର୍ମଚାରୀ ରାଜେଶ ମହାପାତ୍ରଙ୍କ ଠାରୁ ଟଙ୍କା ଲୁଟ ହୋଇଥିଲା। ଏନେଇ ବୁଗୁଡା ପୋଲିସ ଥାନା କେଶ ନଂ ୫୮୮, ତାରିଖ ୦୮-୧୦-୨୨ ପ୍ରକାରେ ଏକ ମାମଲା ରୁଜୁ ହୋଇ ଅନୁସନ୍ଧାନ ଜାରି ରହିଥିଲା। ଗଞ୍ଜାମ ପୋଲିସ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିଜେଶ କୁମାର ରାଏ ଓ ଭଞ୍ଜନଗର ଆରକ୍ଷୀ ଉପଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ବୁବୁଡ ଥାନା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରା ଅନୁସନ୍ଧାନ ଦ୍ୱାୟିତ୍ୱ ବହନ କରି ସଫଳ ହୋଇଥିଲେ। ଏଥି ପୂର୍ବରୁ କାର ଲୁଟ ଘଟଣାରେ ଅଭିଯୁକ୍ତ ମାନଙ୍କୁ ଆଇଆଇସି ଶ୍ରୀ ବେହେରା ଗିରଫ କରିବାରେ ସଫଳ ହେବାସହ ତାଙ୍କ ଠାରୁ ଏକ ଦେଶୀ ପିସ୍ତଲ ଓ ଗୁଳି ଜବତ କରିଥିଲେ। ସେହିପରି ଛେଳିଚୋର ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହ ଏକ ଦେଶୀପିସ୍ତଲ ଜବତ କରିଥିଲେ। ଆଇଆଇସି ଶ୍ରୀ ବେହେରା ନିଜର ଅନୁସନ୍ଧାନ କୌଶଳ ପ୍ରୟୋଗ କରି ଟଙ୍କା ଲୁଟ ଘଟଣାରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ କାଦୁଆ ଡାଳଖାଇ ଗ୍ରାମର ୧-ଗୋପୀ ନାଇକ(୨୪), ଝାଡାସାହି ଗ୍ରାମର ୨-ମନୋଜ ନାଇକ(୨୪) ଓ ନରେନ୍ଦ୍ରପୁର ଗ୍ରାମର ୩-ସୁଧାଂଶୁ ଶେଖର ପ୍ରଧାନ(୨୭), ବୁଗୁଡା ଥାନା ଅନ୍ତର୍ଗତ ବାଦପଲ୍ଲୀ ଗ୍ରାମର ୪-ପ୍ରମୋଦ ନାଇକ(୨୭), କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗୋବିନ୍ଦ ପୁର ଗ୍ରାମର ୫-କୃଷ୍ଣମୂର୍ତ୍ତି ସ୍ବାଇଁ ଓରଫ ଟୁଟୁ(୩୨), ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଥାନା ଅନ୍ତର୍ଗତ ରଙ୍ଗଣୀ ପାଟଣା ଗ୍ରାମର ୬-ଆଲୋକ ସାହୁ(୨୩) ଓ ଓଡ଼ଗାଁ ଥାନା ଅନ୍ତର୍ଗତ ଓଡ଼ଗାଁର ଜାରିଙ୍ଗ ସାହିର ୭-ସନ୍ତୋଷ ସାହୁ ଓରଫ ଶଙ୍କର(୨୬)। ସେମାନଙ୍କ ଠାରୁ ଚୋରି ହୋଣ୍ଡା ସ୍କୁଟି OD 25 M 8336 ଓ ବଜାଜ ପଲସର ମୋଟର ସାଇକେଲ OD 02 BL 3602 ସହ ନଗଦ ୧୧,୬୭୦ ଟଙ୍କା ଜବତ ହୋଇଛି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here