ନୃତ୍ୟ ଗୁରୁ ସୁଜିତଙ୍କ ଅକାଳ ବିୟୋଗରେ ଶୋକ ସଭା

0
296

ବ୍ରହ୍ମପୁର: ବ୍ରହ୍ମପୁର ପ୍ରେମନଗର ଚତୁର୍ଥଲାଇନ୍ ରକ୍ ଷ୍ଟାର ଡ୍ୟାନ୍ସ ଏକାଡେମି ପରିସରରେ ନୃତ୍ୟଗୁରୁ ସୁଜିତଙ୍କ ଶୋକ ସଭା ଆୟୋଜନ କରାଯାଇଥିଲା ଏବଂ ତାଙ୍କରି ଅମର ଆତ୍ମା ର ସଦଗତି ନିମନ୍ତେ ଦୁଇ ମିନଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। କିଛିଦିନ ହେବ ସୁଜିତ ସ୍ବାସ୍ଥ୍ୟଗତ ସମସ୍ୟା ରହିଥିଲା । ଗତ ସୋମବାର ଦିନ ଅପରାହ୍ନ ରେ ଦେହତ୍ୟାଗ କରିଥିଲେ। । ବ୍ରହ୍ମପୁର ଶଙ୍ଖାରି ସାହି ବାସିନ୍ଦା ସୁଜିତ କୁମାର ମହାରଣା ଜଣେ ନୃତ୍ୟଗୁରୁ ଭାବେ ଦୀର୍ଘ ପଚିସି ବର୍ଷ ହେଲା ବ୍ରହ୍ମପୁର ସହରରେ ଖ୍ୟାତି ଅର୍ଜନ କରିଥିଲେ। ସୁଜିତ ଙ୍କ ତତ୍ତ୍ଵାବଧାନରେ ଜାତୀୟସ୍ତରୀୟ ବୋଗିଇ ୱଗିଇ ଡ୍ୟାନ୍ସ ପ୍ରତିଯୋଗିତାରେ ଓଡ଼ିଶାରୁ ପ୍ରଥମ ଦଳ ଭାବେ ଶ୍ରେଷ୍ଠ ପାଞ୍ଚଟି ଦଲ ମଧ୍ୟରେ ଉତ୍ତୀର୍ଣ୍ଣ ହୋଇ ରନର୍ସ ଅପ୍ ହୋଇଥିଲେ। ଏହି ଶୋକ ସଭା ରେ ବରିଷ୍ଠ ସାମ୍ବାଦିକ ସୁଦୀପ କୁମାର ସାହୁ , ନୃତ୍ୟ ଗୁରୁ ଜୋତିନ କୁମାର ବାଡତ୍ୟା, ଅଜିତ ଗୌଡ଼, ଉମା ମହାନ୍ତି,ସୁମିତ ପାଢ଼ୀ, ଶ୍ରୀନିବାସ ସାହୁ,ତରୁନ,ବିମଳା ସହ ବ୍ରହ୍ମପୁର ଡ୍ୟାନ୍ସ ଆଟାକ ଫ୍ୟାମିଲି ର କର୍ମକର୍ତ୍ତା ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ।

LEAVE A REPLY

Please enter your comment!
Please enter your name here