ରାଜ୍ୟସ୍ତରୀୟ କ୍ୱାନକିଡୋ ମାର୍ଶାଲ ଆର୍ଟ ଚମ୍ପିୟାନସିପ୍ : ଦାରିଙ୍ଗବାଡ଼ିର ୧୨ ଜଣ ଛାତ୍ରଛାତ୍ରୀଙ୍କ ପଦକ ହାସଲ

0
248

ବାଲିଗୁଡା,(ନ୍ୟୁଜ ଏକ୍ସଟ୍ରା): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ କ୍ୱାନକିଡୋ ମାର୍ଶାଲ ଆର୍ଟ ଆସୋସିଏସନ ଛାତ୍ରଛାତ୍ରୀ ରାଜ୍ୟସ୍ତରୀୟ କ୍ୱାନକିଡୋ ମାର୍ଶାଲ ଆର୍ଟ ଚମ୍ପିୟାନସିପ ପ୍ରତିଯୋଗିତାରେ ଭାଗ ନେଇ ୧୨ଟି ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି I କନ୍ଧମାଳ ଜିଲ୍ଲା ମୁଖ୍ୟ କୋଚ ଭେନୁସ କୁମାର ନାୟକ ଏବଂ ପ୍ରକାଶ ଦିଗଲଙ୍କ ତତ୍ୱାବଧାନରେ ରାଉରକେଲାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରତିଯୋଗୀତା ରେ ଅଂଶ ଗ୍ରହଣ କରିଥିଲେ l ଏହି ପ୍ରତିଯୋଗୀତା ରାଜ୍ୟ କ୍ୱାନକିଡୋ ମୁଖ୍ୟ ସଚ୍ଚିଦାନନ୍ଦ ବିଶ୍ୱାଳ, ବିଶ୍ୱଜିତ ବାରିକଙ୍କ ନେତୃତ୍ୱରେ ରାଉରକେଲା ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଆୟୋଜିତ ହୋଇଥିଲା । ଏହାକୁ ରାଉରକେଲା ଏଡିଏମ ଶୁଭଙ୍କର ମହାପାତ୍ର, କ୍ୱାନକିଡୋର ସଭାପତି ସତ୍ୟବ୍ରତ ଓଝା, ଇଂରାଜୀ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରବୀଣ ଶର୍ମା ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ଏଥିରେ ନବୀନ ମଲ୍ଲିକ, କାହ୍ନl ଗୌଡ଼, ଆଦିତ୍ୟ ପ୍ରସାଦ କହଁର ସ୍ବର୍ଣ୍ଣ ପଦକ ପାଇଥିଲା ବେଳେ ସଚ୍ଚିଦାନନ୍ଦ ନାୟକ,ପ୍ରାଂଚିଶ ପ୍ରଧାନ, ଦୁର୍ଯ୍ୟୋଧନ କହଁର ଓ ଆଦିତ୍ୟ ପ୍ରସାଦ ଚାରି ଜଣ ରୌପ୍ୟ ପଦକ ହାସଲ କରିଥିଲେ । ସେହିପରି ତାମ୍ର ପଦକ ଶଙ୍କର ମହାଙ୍କୁଡ଼,ଲୋରୀ ପ୍ରଧାନ ,ଲିଙ୍କୁ ଦିଗାଲ,ଆନ୍ଦ୍ରିୟ ଦିଗାଲ ଓ ଅଂଶୁମାନ କହଁର ହାସଲ କରି କନ୍ଧମାଳ ଜିଲ୍ଲା ପାଇଁ ଗୌରବ ଆଣିପାରିଛନ୍ତି ।
ରିପୋର୍ଟ:ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here