ଦିବ୍ୟ ଜୀବନ ସଂଘ ମହିଳା ଶାଖା ପରିସରରେ ସ୍ବାମୀ ଚିଦାନନ୍ଦଙ୍କ ଜୟନ୍ତୀ ପାଳିତ

0
226

ବ୍ରହ୍ମପୁର: ଦିବ୍ୟ ଜୀବନ ସଂଘ ମହିଳା ଶାଖା ପରିସରରେ ଆନ୍ତଃର୍ଜାତୀୟ ଦିବ୍ୟ ଜୀବନ ସଂଘର ପୂର୍ବତନ ସଭାପତି ତଥା ପରମ କାରୁଣିକ ପୂଜ୍ୟ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜଙ୍କ ୧୦୬ତମ ପବିତ୍ର ଜନ୍ମ ଉତ୍ସବ ପାଳିତ ହୋଇଯାଇଛି । ପ୍ରାତଃ ୫ ଘଣ୍ଟା ଠାରୁ ବ୍ରାହ୍ମମୁହୂର୍ତ୍ତ,ଧ୍ୟାନ,ପ୍ରାର୍ଥନା,ନଗର ପରିକ୍ରମା,ଗୁରୁ ପାଦପୂଜା ଓ ଅର୍ଚ୍ଚନା ଆଦି ଯଥା ରୀତି ପାଳନ କରାଯାଇଥିଲା। ବରିଷ୍ଠ ଗୁରୁ ଭାଇ ଶ୍ରୀନିବାସ ପାତ୍ର,ଅନ୍ନପୂର୍ଣ୍ଣା ସାହୁ, ଭାରତୀ ମିଶ୍ର,ସରିତା ଶତପଥୀ ଉପସ୍ଥିତ ରହି “ଧନ୍ୟ ସେହି ଭୂମି ଯିଏ ଆପଣଙ୍କ ପରି ମହାପୁରୁଷଙ୍କୁ ଜନ୍ମ ଦେଇଛି”। ସେହି ଲୋକ ମାନେ ଅତ୍ୟନ୍ତ ଭାଗ୍ୟଶାଳୀ,ଯେଉଁମାନେ କି ମୁହୂର୍ତ୍ତକ ପାଇଁ ମଧ୍ୟ ଆପଣଙ୍କ ସତସଙ୍ଗର ସୁଯୋଗ ପାଇଛନ୍ତି। ଧନ୍ୟ ସେହି ଯୁଗ ଯେଉଁଥିରେ କି ଆପଣ ଅବତାର ଗ୍ରହଣ କରିବାକୁ ପସନ୍ଦ କରିଛନ୍ତି। ବୋଲି ଉଲ୍ଲେଖ କରିଥିଲେ। ପରମ ଗୁରୁଦେବ ସ୍ୱାମୀ ଶିବାନନ୍ଦ ଓ ସ୍ୱାମୀ ଚିଦାନନ୍ଦଙ୍କ ମହତବାଣୀ “ଭଲ ହୁଅ, ଭଲ କର ଓ ମାନବ ସେବା ହିଁ ମାଧବ ସେବା” କୁ ଆଧାର କରି ଦକ୍ଷିଣାଞ୍ଚଳ ଦିବ୍ୟ ଜୀବନ ସଂଘ ସମନ୍ୱୟ ସମିତିର କୋଷାଧ୍ୟକ୍ଷ ଶାନ୍ତିଭୂଷଣ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଶିବାନନ୍ଦ ଶିଶୁମନ୍ଦିର ଆଙ୍କୁଲି, ରାମନଗର ଓ ଅନାଥାଶ୍ରମର ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍ଵାଦିଷ୍ଟ ଭୋଜନ,ପାଠ୍ୟ ଉପକରଣ, ବିସ୍କୁଟ ଓ ଚକୋଲେଟ ବଣ୍ଟନ କରିବା ସହ ଶିଶୁମନ୍ଦିରରେ ସତସଙ୍ଗର ଆୟୋଜନା କରାଯାଇଥିଲା । ମହିଳା ସଂଘ ଆଶ୍ରମ ପରିସରରେ ପ୍ରାୟ ୭୨ ଜଣ ନାରାୟଣଙ୍କୁ ଓ ବୃଦ୍ଧାଶ୍ରମରେ ସ୍ୱାଦିଷ୍ଟ ଭୋଜନ ସହ ଶିତ ବସ୍ତ୍ର ବଣ୍ଟନ କରାଯାଇଥିଲା। ଅପରାହ୍ନ ୪ ଘଣ୍ଟାରେ ବେଳେ ସ୍ଥାନୀୟ ବଡ ମେଡିକାଲର ସମସ୍ତ ପ୍ରାୟ ୧୨୦୦ ରୋଗୀ ମାନଙ୍କୁ ଫଳ, ବିସ୍କୁଟ ଓ ଜ୍ଞାନ-ଯଜ୍ଞ ବଣ୍ଟନ କରାଯାଇଥିଲା । ଏହି ସବୁ ଦିବ୍ୟ କାର୍ଯ୍ୟକ୍ରମକୁ ସଂଘର ସଭାନେତ୍ରୀ ଜ୍ୟୋସ୍ନାରାଣୀ ଦାଶ, ମମତା ମହାପାତ୍ର, ଶିବରାମ ସ୍ବାଇଁ, ଅରୁଣ ଦାଶ, ମାମି ବେହେରା,ଅଲେଖ ବେହେରା,ସୁରେଶ ବରାଡ଼, ରବୀନ୍ଦ୍ରନାଥ ଦାଶ, କିଶୋରଚନ୍ଦ୍ର ପାଣିଗ୍ରାହୀ ଓ ସରସ୍ୱତୀ ପାଣିଗ୍ରାହୀ ପ୍ରଭୃତି ପରିଚାଳନା କରିଥିଲେ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here