ବିପଦକୁ ନିମନ୍ତ୍ରଣ,ରାସ୍ତା ଉପରେ ଝୁଲୁଛି ଅଧା ଭଙ୍ଗା ଡାଳ

0
257

ଭଞ୍ଜନଗର : ଭଞ୍ଜନଗର ବ୍ଳକ ଅଧୀନ ମୁଜାଗଡ ଓ ଗାଲେରୀ ମୁଖ୍ୟ ରାସ୍ତା ଉପରେ। ନିଧିଆପଲ୍ଲୀ ଛକ ଠାରୁ ‌ଗାଲେରୀକୁ ଯାଇଥିବା ଜଙ୍ଗଲିଆ ରାସ୍ତାରେ ଏକ ବଡ ଡାଳ ବିପଦ ସଙ୍କୁଳ ଅବସ୍ଥାରେ ଅନ୍ୟଡାଳ ସହ ଛନ୍ଦି ହୋଇ ତଳକୁ ଝୁଲି ରହିଥିବା ଦେଖିବାକୁ ମିଳିଛି। କେଉଁ ମୁହୂର୍ତ୍ତରେ ବି ପଡିବାର ସମ୍ଭାବନା ରହିଛି। ଏହି ରାସ୍ତାରେ ଥିବା ଡାଳଖାଇ ମନ୍ଦିର ଠାରୁ କିଛି ଦୂର ଗଲେ ଏଭଳି ବିପଦପୂର୍ଣ୍ଣ ଅବସ୍ଥାରେ ଡାଳ ଝୁଲି ରହିଛି। ପ୍ରତିଦିନ ଉକ୍ତ ରାସ୍ତା ଦେଇ ଶତାଧିକ ଯାନବାହା ଚଳାଚଳ କରୁଛି। ତେଣୁ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଡାଳଟି କାହା ଉପରେ ମଧ୍ୟ ପଡି ଅଘଟଣ ଘଟିବାର ସମ୍ଭାବନା ରହିଛି। ଏହି ରାସ୍ତା ଟି କନ୍ଧମାଳ ଜିଲ୍ଲା କୁ ସଂଯୋଗ କରୁଥିବା ବେଳେ ଗ୍ରାମାଞ୍ଚଳ ଲୋକ ମାନେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ବ‌େଳେ ବ୍ଳକ୍‌ର ଗ‌ୋଷ୍ଠି ଚିକିତ୍ସାଳୟ ଗାଲେରୀକୁ ମଧ୍ୟ ବିଭିନ୍ନ କାର୍ଯ୍ୟରେ ବହୁ ଜନସାଧାରଣ ଏହି ରାସ୍ତା ଦେଇ ଯାଇଥାନ୍ତି। ତେଣୁ ପ୍ରଶାସନ ପକ୍ଷରୁ ଏହାକୁ ହଟାଇବା ଜରୁରୀ ହୋଇପଡିଛି।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here