ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ

0
281

ଭଞ୍ଜନଗର : ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ପ୍ରଥମ ବର୍ଷ ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରିବା ପାଇଁ ପ୍ରବେଶ ଉତ୍ସବ ପାଳନ କରାଯାଇଛି । ପ୍ରଥମେ ନୂତନ କରି ଆସିଥିବା ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀ ମାନେ ପୁଷ୍ପ ଚନ୍ଦନ ଲଗାଇ ବିଘ୍ନ ବିନାଶନ ଶ୍ରୀଗଣେଶଙ୍କ ମୂର୍ତ୍ତି ପାଖରେ ସମସ୍ତଙ୍କୁ ପ୍ରଣାମ କରାଇ ସ୍ଵାଗତ କରି କଲେଜ ମଧ୍ୟକୁ ସମସ୍ତଙ୍କୁ ପ୍ରବେଶ କରାଇଥିଲେ । ପରେ ପରେ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନଙ୍କ ପୌରୋହିତ୍ୟରେ ଏକ ସ୍ବାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଅଧ୍ୟକ୍ଷ ପ୍ରଥମେ ଛାତ୍ରଛାତ୍ରୀ ମାନଙ୍କୁ କଲେଜର ନୀତିନିୟମ ସମ୍ପର୍କରେ ଅବଗତ କରାଇଥିଲେ । ମୁଖ୍ୟ ବକ୍ତା ଭାବେ ପ୍ରାଧ୍ୟାପକ ଲୋକନାଥ ମହାନ୍ତି କଲେଜର ଇତିହାସ ସମ୍ପର୍କରେ ଅବଗତ କରାଇବା ସହିତ ରେଡକ୍ରସ୍ ର ମୌଳିକ ନୀତି ସମ୍ପର୍କରେ ବୁଝାଇଥିଲେ । ସମ୍ମାନିତ ଅତିଥି ଭାବେ ସୁନିଲ୍ କୁମାର୍ ମୁନି ଯୋଗଦେଇ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ନୈତିକ ଶିକ୍ଷା ଓ ଶୃଙ୍ଖଳା ସମ୍ପର୍କରେ ଅବଗତ କରାଇଥିଲେ । କ୍ରୀଡା ଶିକ୍ଷକ ପଦ୍ମନାଭ ପ୍ରଧାନ ଛାତ୍ର ଜୀବନରେ କ୍ରୀଡାର ଭୂମିକା ସମ୍ପର୍କରେ ବୁଝାଇଥିଲେ । ଅଧ୍ୟାପକ ଅଶ୍ଵିନୀ କୁମାର ପରମଗୁରୁ ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟ ଖସଡ଼ା କିପରି ରହୁଛି ସେ ବିଷୟରେ ବୁଝାଇ ଥିଲେ । କଲେଜରେ ତିନି ଦିନ ଧରି ତିନୋଟି ବିଭାଗରେ କଳା ଛାତ୍ରଛାତ୍ରୀ ମାନଙ୍କୁ ପ୍ରାଧ୍ୟାପକ ଡ଼ଃ ଜୟ ଦେବ ଗୌଡ଼, ପ୍ରାଧ୍ୟାପକ ମିହିର କୁମାର ଶତପଥୀ, ପ୍ରାଧ୍ୟାପିକା ଆରତୀ ମହାପାତ୍ର, ଅଧ୍ୟାପକ ମହେଶ ପ୍ରସାଦ ପଟ୍ଟନାୟକ ଓ ବିଜ୍ଞାନ ଛାତ୍ରଛାତ୍ରୀ ମାନଙ୍କୁ ପ୍ରାଧ୍ୟାପକ ସୁଧାଂଶୁ ରଞ୍ଜନ ଦାସ, ପ୍ରାଧ୍ୟାପକ ଭାସ୍କର ଗୌଡ଼, ପ୍ରାଧ୍ୟାପକ ପ୍ରଶାନ୍ତ ରଥ, ଡେମୋଷ୍ଟେଟର ଶଙ୍କର୍ଷଣ ପାତ୍ର, ସୁଶାନ୍ତ କୁମାର ପାତ୍ର, ଏ ରାମମୂର୍ତ୍ତି ଦୋରା ଓ ବାଣିଜ୍ୟ ଛାତ୍ରଛାତ୍ରୀ ମାନଙ୍କୁ ଅଧ୍ୟାପକ ସୁନିର କାନ୍ତ ମିଶ୍ର, ଅଧ୍ୟାପକ ରାଧା ମାଧବ ପ୍ରଧାନ, ଅଧ୍ୟାପକ ହାଡୁବନ୍ଧୁ ପ୍ରଧାନ କଲେଜର ଇତିହାସ, ନୀତିନିୟମ, ପାଠ୍ୟ ଖସଡ଼ା, ବିଭିନ୍ନ ବିଭାଗର ବିଭିନ୍ନ ପାଠ୍ୟ ବିଷୟ , ଶ୍ରେଣୀ ଶିକ୍ଷକ ମାନଙ୍କ ପରିଚୟ ସହ ଛାତ୍ରଛାତ୍ରୀ ମାନଙ୍କର ପରିଚୟ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ କଲେଜର ସମସ୍ତ କର୍ମଚାରୀଙ୍କ ସମେତ ସ୍ବେଚ୍ଛାସେବୀ ଜ୍ୟୋତି ନାୟକ, ଇପ୍ସିତା ମହାନ୍ତି, ହରପ୍ରିୟା ପାତ୍ର, ଶୋଭନ ସାହୁ, ରାଜେନ୍ଦ୍ର ନାୟକ, ଆଶିଷ ଡାକୁଆ, କାହ୍ନା ବାରିକ, ଶୁଭମ୍ ମହାନ୍ତି, ଜଗବନ୍ଧୁ ପାତ୍ର, ଜ୍ୟୋତି ପ୍ରକାଶ ଗୌଡ଼ ସହଯୋଗ କରିଥିଲେ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here