ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଜାତୀୟ ସେବା ଦିବସ ପାଳନ

0
249

ପୋଲସରା: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ସେପ୍ଟେମ୍ବର ୨୪ ତାରିଖ ଦିନ ଜାତୀୟ ସେବା ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଦିବାକର ମିଶ୍ର କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଵଳନକରି ଉଦଘାଟନ ସହ ବୈଠକରେ ଅଧ୍ୟକ୍ଷତା କରିଥିଲେ l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବlଲରାଜୁ ପାତ୍ର ଯୋଗଦେଇ ଜାତୀୟ ସେବା ଯୋଜନା ସମ୍ପର୍କରେ ମତବ୍ୟକ୍ତ କରିଥିଲେ l ପ୍ରୋଗ୍ରାମ ଅଫିସର ଡକ୍ଟର ଜ୍ୟୋତ୍ସ୍ନାରାଣୀ ପଟ୍ଟନାୟକ ଜାତୀୟ ସେବା ଯୋଜନା (ଏନ.ଏସ.ଏସ.)ର ଆଭିମୁଖ୍ୟ ପ୍ରାଞ୍ଜଳ ଭାବରେ ବ୍ୟକ୍ତ କରିଥିଲେ । ପ୍ରକାଶ ଚନ୍ଦ୍ର ସାହୁ ଓ ବସନ୍ତ କୁମାର ପାଣି ସେବା ଦିବସ ପାଳନ ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ l ପ୍ରକାଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here