ମତଦାନ କେନ୍ଦ୍ର ଗୁଡିକର ସରଳୀ କରଣ କରିବା ନିମନ୍ତେ ବୈଠକ

0
222

ଛତ୍ରପୁର: ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ମତଦାନ କେନ୍ଦ୍ର ଗୁଡିକର ସରଳୀକରଣ କରିବା ନିମନ୍ତେ ସମସ୍ତ ରାଜ ନୈତିକ ଦଳର ପ୍ରତିନିଧି ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ଯେଉଁ ଯେଉଁ ବିଦ୍ୟାଳୟ ଗୁଡିକର ନାମ ପରିବର୍ତ୍ତନ ହୋଇଛି ସେହି ମତଦାନ କେନ୍ଦ୍ର ଗୁଡିକର ନାମ ପରିବର୍ତ୍ତନ କରାଯିବ । ଯେଉଁ ବିଦ୍ୟାଳୟ ଗୁଡିକ ବନ୍ଦ ହୋଇଯାଇଛି କିମ୍ବା ଅନ୍ୟ ବିଦ୍ୟାଳୟ ସହିତ ସମ୍ମିଶ୍ରଣ କରାଯାଇଛି ସେହି ମତଦାନ କେନ୍ଦ୍ର ଗୁଡିକର ସ୍ଥାନ ପରିବର୍ତ୍ତନ କରାଯିବ । ମତଦାନ କେନ୍ଦ୍ର ଗୁଡିକ ଦୁଇ କିଲୋମିଟରରୁ ଅଧିକ ଦୂରତାରେ କରାଯିବ ନାହିଁ । ୧୫୦୦ ଭୋଟର ଥିବା ସ୍ଥାନରେ ଗୋଟିଏ ମତଦାନ କେନ୍ଦ୍ର ରହିବ । ଭଞ୍ଜ ନଗର ନିର୍ବାଚନ ମଣ୍ଡଳୀର ୫ଟି ମତଦାନ କେନ୍ଦ୍ରର ନାମ ପରିବର୍ତ୍ତନ ଓ ୩ଟି ମତଦାନ କେନ୍ଦ୍ର ର ସ୍ଥାନ ପରିବର୍ତ୍ତନ କରାଯିବ । ପୋଲସରା ନିର୍ବାଚନ ମଣ୍ଡଳୀର ୧୭ଟି ମତଦାନ କେନ୍ଦ୍ର ର ସ୍ଥାନ ପରିବର୍ତ୍ତନ କରାଯିବ । କବିସୂର୍ଯ୍ୟନଗରର ୯ଟି ମତଦାନ କେନ୍ଦ୍ର ର ସ୍ଥାନ ପରିବର୍ତ୍ତନ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ୧୫୮ ଟି ମତଦାନ କେନ୍ଦ୍ରର ନାମ ପରିବର୍ତ୍ତନ ଓ ୬ଟି ମତଦାନ କେନ୍ଦ୍ର ର ସ୍ଥାନ ପରିବର୍ତ୍ତନ କରାଯିବ । ସେହିପରି ଛତ୍ରପୁର ନିର୍ବାଚନ ମଣ୍ଡଳୀର ୧୧ଟି ମତଦାନ କେନ୍ଦ୍ରର ନାମ ପରିବର୍ତ୍ତନ ଓ ଗୋଟିଏ ମତଦାନ କେନ୍ଦ୍ର ର ସ୍ଥାନ ପରିବର୍ତ୍ତନ, ଆସ୍କା ନିର୍ବାଚନ ମଣ୍ଡଳୀର ୪୮ଟି ମତଦାନ କେନ୍ଦ୍ରର ନାମ ପରିବର୍ତ୍ତନ କରାଯିବ ।ସୋରଡା ନିର୍ବାଚନ ମଣ୍ଡଳୀର ୨୦ ମତଦାନ କେନ୍ଦ୍ରର ନାମ ପରିବର୍ତ୍ତନ ଓ ୮ଟି ମତଦାନ କେନ୍ଦ୍ର ର ସ୍ଥାନ ପରିବର୍ତ୍ତନ, ସାନ ଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ୩୨ଟି ମତଦାନ କେନ୍ଦ୍ରର ନାମ ପରିବର୍ତ୍ତନ ଓ ୩ଟି ମତଦାନ କେନ୍ଦ୍ର ର ସ୍ଥାନ ପରିବର୍ତ୍ତନ, ହିଞ୍ଜିଳୀ ନିର୍ବାଚନ ମଣ୍ଡଳୀର ୧୨ ଟି ମତଦାନ କେନ୍ଦ୍ରର ନାମ ପରିବର୍ତ୍ତନ ଓ ଗୋଟିଏ ମତଦାନ କେନ୍ଦ୍ର ର ସ୍ଥାନ ପରିବର୍ତ୍ତନ, ଗୋପାଳପୁର ନିର୍ବାଚନ ମଣ୍ଡଳୀର ୧୭ଟି ମତଦାନ କେନ୍ଦ୍ରର ନାମ ପରିବର୍ତ୍ତନ ଓ ଗୋଟିଏ ମତଦାନ କେନ୍ଦ୍ର ର ସ୍ଥାନ ପରିବର୍ତ୍ତନ, ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀର ୩୪ଟି ମତଦାନ କେନ୍ଦ୍ରର ନାମ ପରିବର୍ତ୍ତନ ଓ ୩ଟି ମତଦାନ କେନ୍ଦ୍ର ର ସ୍ଥାନ ପରିବର୍ତ୍ତନ, ଦିଗ ପହଣ୍ଡି ନିର୍ବାଚନ ମଣ୍ଡଳୀର ୩୫ଟି ମତଦାନ କେନ୍ଦ୍ରର ନାମ ପରିବର୍ତ୍ତନ ଓ ଗୋଟିଏ ମତଦାନ କେନ୍ଦ୍ର ର ସ୍ଥାନ ପରିବର୍ତ୍ତନ ଏବଂ ଚିକିଟି ନାର୍ବାଚନ ମଣ୍ଡଳୀର ୧୩୭ ଟି ମତଦାନ କେନ୍ଦ୍ରର ନାମ ପରିବର୍ତ୍ତନ କରାଯିବା ପାଇଁ ସ୍ଥିର କରାଗଲା । ମତଦାତାଙ୍କ ଅବଗତି ନିମନ୍ତେ ନଭେମ୍ବର ୯ ତାରିଖ ଦିନ ଭୋଟର ତାଲିକା ପ୍ରକାଶିତ ହେବ । ନଭେମ୍ବର ୯ ତାରିଖ ରୁ ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ଅଭିଯୋଗ, ମତାମତ ଗ୍ରହଣ କରାଯିବ । ଡିସେମ୍ବର ୨୬ ତାରିଖ ଦିନ ସମସ୍ତ ଆପତ୍ତି ଅଭିଯୋଗ ଗୁଡିକର ଆପୋଷ ସମାଧାନ କରାଯିବ । ୫ ଜାନୁୟାରୀ ୨୦୨୩ ରିଖ ଦିନ ଚୂଡାନ୍ତ ଭୋଟର ତାଲିକା ପ୍ରକାଶନ କରାଯିବ ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍, ଡେପୁଟି କଲେକ୍ଟର ବ୍ରହ୍ମପୁର ଶୁଭଶ୍ରୀ ରଥ, ଆସିଷ୍ଟାଣ୍ଟ କଲେକ୍ଟର ନିର୍ବାଚନ ଏମ୍ ପ୍ରମୋଦ କୁମାର ବେହେରା, ଆସିଷ୍ଟାଣ୍ଟ କଲେକ୍ଟର, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବ୍ରହ୍ମପୁର ଡି ମାଲେଶ୍ବର ପାତ୍ର, ଆସିଷ୍ଟାଣ୍ଟ କଲେକ୍ଟର, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛତ୍ରପୁର ଅଶୋକ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here